www.samajalive.in
Wednesday, December 10, 2025
23.1 C
Bhubaneswar

ସାକ୍ଷୀଗୋପାଳ ମନ୍ଦିରରୁ ଗାଏବ ହୋଇଥିବା ସୁନା ଅଳଙ୍କାର ମନ୍ଦିର ଭଣ୍ଡାରକୁ ଫେରିଲା

ସାକ୍ଷୀଗୋପାଳ :  ସାକ୍ଷୀଗୋପାଳ ମନ୍ଦିର ଭଣ୍ଡାରରୁ ୧୯୮୦ ମସିହାରେ ଗାଏବ  ହୋଇଥିବା ଗୋଟିଏ ସୁନାହାର ଓ ଦୁଇଟି କଟକି ଖଡୁ ଆଦି ସୁନା ଅଳଙ୍କାର  ଦୀର୍ଘ ୪୨ ବର୍ଷ ପରେ  ମନ୍ଦିର  ଭଣ୍ଡାରକୁ ଫେରିଲା । ମନ୍ଦିର ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଵସନ୍ତ କୁମାର ପ୍ରଧାନ ପୁରୀ ସିଜେଏମ୍ ଙ୍କ କୋର୍ଟରୁ ସଂଗ୍ରହ କରିବାପରେ ମୋଟ ୬୩. ୩୪ ଗ୍ରାମ ଓଜନର ସୁନା ଅଳଙ୍କାର ମନ୍ଦିର ସୁପର  ଭାଇଜର  ଵିଶ୍ବନାଥ ମହାପାତ୍ରଙ୍କ ଜରିଆରେ ପାଳିଆ ଭଣ୍ଡାର ମେକାପ ଦୁର୍ଗା ପ୍ରସାଦ ମେକାପଙ୍କୁ ହସ୍ତାନ୍ତର କରିଛନ୍ତି।
ବିଵରଣୀରୁ ପ୍ରକାଶ ଠାକୁରଙ୍କ ଭଣ୍ଡାର ଦାୟିତ୍ୱରେ ରହୁଥିବା ପାଳିଆ ଭଣ୍ଡାର ମେକାପ ସେବକଙ୍କ ଦାୟିତ୍ୱ ହସ୍ତାନ୍ତର ସମୟରେ ଏହି  ଅଳଙ୍କାର ଚୋରୀ ହୋଇଥିବା ଘଟଣା ପ୍ରଥମେ ନଜରକୁ ଆସିଥିଲା । ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ପକ୍ଷରୁ ସେହି ସମୟର ଭଣ୍ଡାର ମେକାପ ସ୍ବର୍ଗତ କାଶୀନାଥ ମେକାପଙ୍କୁ ଦାୟୀ କରାଯାଇ ମାମଲା ଊଜୁ କରାଯାଇଥିଲା। ଏନେଇ ଜିଆର  କେସରେ  ବିଚାର ଚାଲିଥିଲେ ମଧ୍ୟ ଚୋରୀ ଅଳଙ୍କାର  ପତ୍ତା  ମିଳିନଥିଲା । ସେତେବେଳେ ଠାକୁରଙ୍କ ଚୋରୀ ଗହଣା ସାକ୍ଷୀଗୋପାଳ ଷ୍ଟେଟବ୍ୟାଙ୍କ ଶାଖାରେ ବନ୍ଧା ପଡିଥିବା ସମ୍ପର୍କିତ ଏକ ଅନୁସନ୍ଧାନ ମୂଳକ ଖବର ସ୍ଥାନୀୟ  ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର ଏକ ଦୈନିକ ଖବରକାଗଜରେ ପ୍ରକାଶ କରିଥିଲେ । ଯାହାକୁ  ନେଇ ମାମଲାର ତଦନ୍ତ ନୂଆ ମୋଡ ନେଇଥିଲା। ପୁର୍ଵରୁ ସନ୍ଦେହ ଘେରରେ ରହିଥିବା ଅନ୍ୟ ଜଣେ ମେକାପ ସେଵକ ସ୍ବର୍ଗତ ଵଳଭଦ୍ର ମେକାପ ବ୍ୟାଙ୍କରେ ଅଳଙ୍କାର ବନ୍ଧା ପକାଇଥିବା କାରଣରୁ ତାଙ୍କୁ ମାମଲାରେ ଛନ୍ଦି ହେଵାକୁ ପଡିଥିଲା। ପୋଲିସ ସାକ୍ଷୀଗୋପାଳ ଷ୍ଟେଟବ୍ୟାଙ୍କରୁ ଅଳଙ୍କାର ଜଵତ କରି କୋର୍ଟରେ ଜିମା ଦେଇଥିଲେ। ଏପରିକି ସିଂହାରୀ ଓ ଅନ୍ୟ ମେକାପ ସେବକ କୋର୍ଟରେ ଠାକୁରଙ୍କ ଅଳଙ୍କାର ଚିହ୍ନଟ କରିବାପରେ ମଧ୍ୟ ପ୍ରାଥମିକ ଅଭିଯୋଗ ଏଵଂ ଜବତ  ଅଳଙ୍କାର  ଓଜନ ପରିମାଣରେ ବ୍ୟତିକ୍ରମ ରହିଥିବା ଦୃଷ୍ଟିକୁ ଆସିଥିଲା । ମାନ୍ୟବର କୋର୍ଟ ଅଭିଯୁକ୍ତ ସେବକ ଦ୍ବୟଙ୍କୁ ଦଣ୍ଡବିଧାନ କରିଥିଲେ । ମାତ୍ର ଅଭିଯୁକ୍ତ ମାନେ ପୁରୀଜିଲ୍ଲା ଜଜଙ୍କ ନିକଟରେ ପୁର୍ନବିଚାର ପାଇଁ ଆଵେଦନ କରି ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ସରକାରଙ୍କ ପକ୍ଷରୁ ମାମଲା ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା। ଉଚ୍ଚ ନ୍ୟାୟାଳୟ ୧୯. ୦୩. ୨୦୦୯ରେ ନିମ୍ନ ଅଦାଲତଙ୍କ ଆଦେଶ ବଳବତ୍ତର  ରଖି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ କହିଥିଲେ। କିନ୍ତୁ ସାକ୍ଷୀଗୋପାଳଙ୍କ ଜବତ ଅଳଙ୍କାର ଠାକୁରଙ୍କୁ ଫେରାଇ ଦେଵାକୁ ଆଦେଶ ପ୍ରଦାନ କରିଥିଲେ ।  ମନ୍ଦିରକୁ ଅଳଙ୍କାର ଫେରାଇବା  ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ , ସୁପରଭାଇଜର ବିଶ୍ୱନାଥ ମହାପାତ୍ର, ମନ୍ଦିର ସ୍ବର୍ଣ୍ଣକାର କୃଷ୍ଣ ଚନ୍ଦ୍ର ମହାପାତ୍ର, ସେଵାୟତ ସଂଘ ସମ୍ପାଦକ ଵିଜୟ କୁମାର ନନ୍ଦ, ସେବାୟତ ରାମଚନ୍ଦ୍ର ମହାପାତ୍ର, ଜିତେନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ଏହି ଅଳଙ୍କାରକୁ ଚଳନ୍ତି ଭଣ୍ଡାର ଯାଞ୍ଚ ଖାତାରେ ଚଢ଼ାଇ ଭଣ୍ଡାର ମେକାପ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ହସ୍ତାନ୍ତର କରିଥିଲେ l

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories