ନାଇଟ୍‌କ୍ଲବ୍‌ ଉଦ୍‌ଘାଟନ କରି ଅଡ଼ୁଆରେ ବିଜେପି ସାଂସଦ ସାକ୍ଷୀ ମହାରାଜ

0

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଏକ ନାଇଟ୍‌ କ୍ଲବ୍‌ ଉଦ୍‌ଘାଟନ କରି ବିଜେପି ସାଂସଦ ସାକ୍ଷୀ ମହାରାଜ୍‌ ବିବାଦ ମଧ୍ୟକୁ ଟାଣି ହୋଇଯାଇଛନ୍ତି। ଲକ୍ଷ୍ନୌର ଅଲିଗଞ୍ଜ ଅନ୍ତର୍ଗତ ଏକ ଅଟ୍ଟାଳିକାରେ ରବିବାର ‘ଲେଟ୍‌ସ ମିଟ୍‌’ ନାମକ ଉକ୍ତ ନାଇଟ୍‌ କ୍ଲବ୍‌କୁ ସାକ୍ଷୀ ମହାରାଜ ଉଦ୍‌ଘାଟନ କରିଥିଲେ। ଉନ୍ନାଓରେ ଯୁବତୀଙ୍କୁ ଗଣବଳାତ୍କାର ମାମଲାରେ ବିଜେପି ବିଧାୟକ କୁଳଦୀପ ସିଂହ ସେନଗରଙ୍କୁ ଅଭିଯୁକ୍ତ କରାଯିବା ଏବଂ ପୁଲିସ ହାଜତରେ ତାଙ୍କ ପିତାଙ୍କ ମୃତ୍ୟୁ ମାମଲାକୁ ନେଇ ରାଜ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାବେଳେ ବିଜେପି ସାଂସଦଙ୍କ ନାଇଟ୍‌ କ୍ଲବ୍‌ ଉଦ୍‌ଘାଟନ ଘଟଣା ଅନେକଙ୍କର ଭୃକୁଞ୍ଚନ କରିଛି। କିଛି ଦିନ ପୂର୍ବେ ସାକ୍ଷୀ ମହାରାଜ ବଳାତ୍କାର ସମ୍ବନ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ସେ କହିଥିଲେ, ଜନଗହଳିପୂର୍ଣ୍ଣ ସ୍ଥାନରେ ଯୁବକ ଓ ଯୁବତୀଙ୍କ ଆପତ୍ତିଜନକ ବ୍ୟବହାର ଯୋଗୁ ବଳାତ୍କାର ଭଳି ଘଟଣା ବୃଦ୍ଧି ପାଉଛି। ଏଭଳି ଯୁବକ ଓ ଯୁବତୀଙ୍କୁ ଗିରଫ କରି କାରାଗାରରେ ରଖାଯିବା ଦରକାର ବୋଲି ସେ କହିଥିଲେ।

Leave A Reply