www.samajalive.in
Saturday, December 13, 2025
21.1 C
Bhubaneswar

ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର, ଓଡ଼ିଶାରୁ ଗୌରହରି, ଦମୟନ୍ତୀ ମନୋନୀତ

ଭୁବନେଶ୍ୱର: ବିଶିଷ୍ଟ କଥାକାର ଡ. ଗୌରହରି ଦାସ ଓ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କୁ ୨୦୨୧ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ କରାଯିବ। ଅନୁବାଦ ନିମନ୍ତେ ଓଡ଼ିଶାରୁ ଦୁଇ ସାରସ୍ବତ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯିବା ନିମନ୍ତେ ଘୋଷଣା କରାଯାଇଛି। ଏନେଇ ଦିଲ୍ଲୀଠାରେ ସଭାପତି ଚନ୍ଦ୍ରଶେଖର କମ୍ବରଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ସଚିବ କେ. ଶ୍ରୀନିବାସ ରାଓ, ଓଡ଼ିଆ ଭାଷା ପରାମର୍ଶଦାତା କମିଟିର ଆବାହକ ଡ. ବିଜୟାନନ୍ଦ ସିଂ ଏବଂ ସାନ୍ତାଳୀ ଭାଷା କମିଟିର ଆବାହକ ମୋହନ ସୁରେନଙ୍କ ଉପସ୍ଥିତିରେ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା। ଓଡ଼ିଶାରୁ ୨ ପ୍ରତିଭାଙ୍କ ସହିତ ମୋଟ ୨୨ଜଣଙ୍କୁ ଅନୁବାଦ ନିମନ୍ତେ ପୁରସ୍କାର ପ୍ରଦାନ କରାଯିବ।

ବେନିୟାମିନଙ୍କ ରଚିତ ମାଲୟାଲମ୍ ଉପନ୍ୟାସ ‘ଗୋଟ୍‌ ଡେଜ୍‌’ର ଓଡ଼ିଆ ଅନୁବାଦ ‘ଛେଳି ଚରେଇବାର ଦିନ’ ପାଇଁ ଡ. ଦାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହାଛଡ଼ା ସଂସ୍କୃତ ଭାଷାରୁ ଶ୍ରୀଗୀତଗୋବିନ୍ଦକୁ ସାନ୍ତାଳୀ ଭାଷାରେ ଅନୁବାଦ ପାଇଁ ଦମୟନ୍ତୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଅକାଦେମିର ଓଡ଼ିଆ ଭାଷା ପରାମର୍ଶଦାତା କମିଟିର ଆବାହକ ଡ. ସିଂହ ସୂଚନା ଦେଇଛନ୍ତି। ‘ଛେଳି ଚରେଇବାର ଦିନ’ ଉପନ୍ୟାସଟି ଜଣେ ଦରିଦ୍ର ବ୍ୟକ୍ତିର ଜୀବନ କାହାଣୀ ଉପରେ ପର୍ଯ୍ୟବସିତ। ଅଗଣିତ ମାଲୟାଲମୀଙ୍କ ପରି ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା କେରଳର ଗରିବ ନଜୀବ୍‌ ମଧ୍ୟ ପ୍ରଚୁର ଅର୍ଥ ଉପାର୍ଜନ ନିମନ୍ତେ ଉପସାଗୀୟ ଦେଶକୁ ଯିବା ପାଇଁ ଇଚ୍ଛା କରିଥିବା କଥାରୁ ଉକ୍ତ ଉପନ୍ୟାସ ଆରମ୍ଭ ହୋଇଛି। ନଜୀବ୍‌ଙ୍କ ସାଙ୍ଗର ଭିଣୋଇଠାରୁ ଭିସା କିଣିବା ପ୍ରସ୍ତାବ ପାଇ ସେ ଉପସାଗରୀୟ ଦେଶକୁ ଯିବା ପାଇଁ ସୁଯୋଗ ପାଇଛନ୍ତି। ସେ ତାଙ୍କ ଘର ଏବଂ ସମସ୍ତ ଧନସମ୍ପତ୍ତି ବନ୍ଧା ପକାଇ ଭିସା କିଣି ସାଉଦି ଆରବର ରିୟାଦ୍‌କୁ ଯାଇଛନ୍ତି। ସେଠାରେ ତାଙ୍କୁ ଜଣେ ଆରବୀ କ୍ରୀତଦାସ ଭାବେ ଗ୍ରହଣ କରି ଛେଳି ଓ ଓଟ ଚରାଇବା କାମରେ ନିୟୋଜିତ କରିଛନ୍ତି। ସେଇଠୁ ଆରମ୍ଭ ହୋଇଛି ନଜୀବ୍‌ଙ୍କ ସାଢ଼େ ୩ ବର୍ଷର ‘ଛେଳି ଚରେଇବାର ଦିନ’।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories