www.samajalive.in
Saturday, December 6, 2025
26.1 C
Bhubaneswar

ଅପରିଷ୍କାର ଚୌକିରେ ବସିଲେନି ସାଧ୍ଵୀ ପ୍ରଜ୍ଞା, ବିଚାରପତିଙ୍କ ସାମ୍ନାରେ ଅଢ଼େଇ ଘଣ୍ଟା ଛିଡ଼ା ହେଲେ

ମୁମ୍ବଇ: ମାଲେଗାଁଓ ବୋମା ବିସ୍ଫୋରଣ ମାମଲାର ଶୁଣାଣି ସମୟରେ ଶୁକ୍ରବାର ସ୍ବତନ୍ତ୍ର ଅଦାଲତରେ ସାଧ୍ଵୀ ପ୍ରଜ୍ଞା ଠାକୁର ପାଖାପାଖି ଅଢ଼େଇ ଘଣ୍ଟା ଛିଡ଼ା ହୋଇଥିଲେ। ତାଙ୍କୁ ବସିବା ପାଇଁ ଯେଉଁ ଚୌକି ଦିଆଯାଇଥିଲା ତାହା ଅପରିଷ୍କାର ଏବଂ ଧୂଳିରେ ଭର୍ତ୍ତି ହୋଇଥିବାରୁ ସେ ସେଥିରେ ବସି ନ ଥିଲେ।

ମାଲେଗାଁଓ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ସାଧ୍ଵୀ ପ୍ରଜ୍ଞା ଭୋପାଳରୁ ଲୋକସଭା ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ। ଦିନ ୧୨ଟା ୪୫ରେ ସେ ନିଜ ସହଯୋଗୀମାନଙ୍କ ସହିତ କୋର୍ଟରେ ପହଞ୍ଚିଥିଲେ। ତେବେ କୋର୍ଟ ଭିତରେ ତାଙ୍କୁ ବସିବା ଲାଗି ଅପରିଷ୍କାର ଚୌକି ଦିଆଯିବାରୁ ସେଥିରେ ବସିବାକୁ ସେ ମନା କରିଦେଇଥିଲେ। କୋର୍ଟ ପରିସରରେ ସ୍ବଚ୍ଛତାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।

- Advertisement -

ପରବର୍ତ୍ତୀ ସମୟରେ ବିଚାରପତି ସାଧ୍ଵୀଙ୍କୁ ଉଇଟ୍‌ନେସ ବକ୍ସକୁ ଡକାଇଥିଲେ ଏବଂ ଚୌକି ଦରକାର କି ବୋଲି ପଚାରିଥିଲେ। ସାଧ୍ଵୀ କହିଥିଲେ ଯେ, ସେ ଛିଡ଼ା ହୋଇ ରହିବାକୁ ପସନ୍ଦ କରିବେ। ୧୫ ମିନିଟ ବ୍ୟବଧାନ ପରେ ଯେତେବେଳେ ପୁଣି ଥରେ ଶୁଣାଣି ଆରମ୍ଭ ହୋଇଥିଲା ବିଚାରପତି ପୁଣି କହିଥିଲେ, ମୁଁ ମାନବିକତା ଅଧାରରେ ପଚାରୁଛି, ଆପଣ ବସିବାକୁ ଚାହିଁବେ ନା ଛିଡ଼ା ହୋଇ ରହିବାକୁ ଚାହିଁବେ। ସାଧ୍ଵୀ ପ୍ରଜ୍ଞା କହିଥିଲେ ଯେ, ତାଙ୍କ ଗଳାରେ ସଂକ୍ରମଣ ହୋଇଛି। ସେଥିପାଇଁ ତାଙ୍କୁ ଶଣିବାରେ ସମସ୍ୟା ହେଉଥିବାରୁ ଛିଡ଼ା ହୋଇ ରହିବେ। ଏହା ପରେ ବିଚାରପତି ଉଇଟ୍‌ନେସ ବକ୍ସ ନିକଟରେ ଚୌକି ରଖିବାକୁ ଆଦେଶ ଦେଲେ ଏବଂ ଯଦି ଆପଣ ବସିବାକୁ ଚାହିଁବେ ଚୌକିରେ ବସିପାରନ୍ତି ବୋଲି ସାଧ୍ଵୀଙ୍କୁ କହିଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories