www.samajalive.in
Saturday, December 6, 2025
26.1 C
Bhubaneswar

ଗୁରୁଭାୟୁର ମନ୍ଦିରରେ ମୋଦୀଙ୍କ ପୂଜାର୍ଚ୍ଚନା; ୧୧୨ କେଜି ପଦ୍ମଫୁଲ ସହ ତରାଜୁରେ ଓଜନ ହେଲେ

ଥ୍ରୀସୁର: ଦ୍ବିତୀୟ ପାଳି ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କେରଳ ଗସ୍ତ କରିଛନ୍ତି। ଏହି ଅବସରରେ ଶନିବାର ସକାଳେ ମୋଦୀ କେରଳର ଅନ୍ୟତମ ପ୍ରସିଦ୍ଧ ଗୁରୁଭାୟୁରରେ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ଗସ୍ତ ପାଇଁ ମୋଦୀ ସ୍ବତନ୍ତ୍ର ଭାବେ କେରଳର ପାରମ୍ପରିକ ମୁଣ୍ଡୁ ବସ୍ତ୍ର ପରିଧାନ କରି କୋଚିଠାରୁ ଏକ ହେଲିକପ୍ଟରରେ ବାହାରି ଗୁରୁଭାୟୁରରେ ପହଞ୍ଚିଥିଲେ। ମୋଦୀ ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ମୋଦୀ ମୋଦୀ ସ୍ଳୋଗାନ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ପରେ ମନ୍ଦିରରେ ମୋଦୀ ପଦ୍ମ ଫୁଲ ସହିତ ତରାଜୁରେ ଓଜନ ହୋଇଥିଲେ। ଏହି ରୀତିନୀତି ପାଇଁ ମନ୍ଦିର ପକ୍ଷରୁ ତାମିଲନାଡୁର ନଗରକଏଲରୁ ୧୧୨ କିଲୋଗ୍ରାମ ପଦ୍ମଫୁଲ ଅଣାଯାଇଥିଲା। ପୂଜାର୍ଚ୍ଚନା ପରେ ମୋଦୀ ମନ୍ଦିର ଅଧିକାରୀଙ୍କୁ ଭେଟିଥିଲେ। ଅଧିକାରୀମାନେ ମନ୍ଦିରର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ।

ତେବେ ସବୁଠୁ ମଜାଦାର କଥା ହେଲା ପୂଜାର୍ଚ୍ଚନା ପରେ ପାରମ୍ପରିକ ସହ ପ୍ରଯୁକ୍ତିବିଦ୍ୟାର ମିଳନ ଦେଖିବାକୁ ମିଳିଥିଲା। ଅର୍ଥାତ ମୋଦୀ ପୂଜାର୍ଚ୍ଚନା ପାଇଁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ଦକ୍ଷିଣା ଦେଇଥିଲେ। ଏ ବାବଦରେ ସେ ୩୯ ହଜାର ୪୨୧ ଟଙ୍କା ପ୍ରଦାନ କରିଥିଲେ।

- Advertisement -

ମନ୍ଦିରରେ ଦର୍ଶନ ପରେ ମୋଦୀ ଥ୍ରୀସୁର ଏବଂ ମାଲାପୁରମର ଶ୍ରୀକୃଷ୍ଣା ସ୍କୁଲ ପଡ଼ିଆରେ ଆୟୋଜିତ ‘ଅଭିନନ୍ଦନ’ ସଭାରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ। ରାଜ୍ୟ ବିଜେପି ସଭାପତି ପି.ଏସ. ଶ୍ରୀଧରନ ପିଲାଇ ଏହି ସୂଚନା ଦେଇଛନ୍ତି। ଯଦିଓ କେରଳରେ ଦଳ ଗୋଟିଏ ହେଲେ ଆସନରେ ଜିତି ନାହିଁ, ତେବେ ଏଠାରେ ପୂର୍ବାପେକ୍ଷା ଭୋଟ ପ୍ରତିଶତ ବୃଦ୍ଧି ପାଇଛି ବୋଲି ପିଲାଇ କହିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories