www.samajalive.in
Saturday, December 6, 2025
26.1 C
Bhubaneswar

କାର୍‌ ସହ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ; ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ପଳାଇଲେ ଦୁର୍ବୃତ୍ତ, ୨ ବନ୍ଧୁକ ଜବତ

ଭୁବନେଶ୍ୱର: ନୟାପଲ୍ଲୀ ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ କାର୍‌ ସହ ଅପହରଣ ଉଦ୍ୟମ କରାଯାଇଛି। ଦୁର୍ବୃତ୍ତମାନେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଏକ ଇନୋଭାରେ ଅପହରଣ କରି ନେଉଥିବାବେଳେ ବାଣୀବିହାର ସମ୍ମୁଖ ଓଭରବ୍ରିଜ ଉପରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ସେମାନେ ଗାଡ଼ି ଛାଡ଼ି ଖସି ପଳାଇଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ବ୍ୟବସାୟୀଙ୍କୁ ଉଦ୍ଧାର କରିଛି। ଗାଡ଼ିରୁ ୨ଟି ବନ୍ଧୁକ ଜବତ ହୋଇଛି।

ଅଭିଯୋଗ ଅନୁଯାୟୀ, ଶୁକ୍ରବାର ରାତିରେ ସମ୍ପୃକ୍ତ ବ୍ୟବସାୟୀ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ବ୍ୟବସାୟୀ ଜଣକ ଘର ବାହାରେ ନିଜ କାର୍‌ ଭିତରେ ଶୋଇଥିଲେ। ଏହି ସମୟରେ ଏକ ଇନୋଭାରେ କେତେଜଣ ଦୁର୍ବୃତ୍ତ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ କରିନେଇଥିଲେ। ୪ ଜଣ ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ଇନୋଭାରେ ବସାଇଥିଲେ ଏବଂ ଅନ୍ୟ ଜଣେ ଦୁର୍ବୃତ୍ତ ବ୍ୟବସାୟୀଙ୍କ କାର୍‌ ଚଳାଇଥିଲେ। ଅପହରଣ ପରେ ଦୁଇଟି ଯାକ ଗାଡ଼ି ନୟାପଲ୍ଲୀରୁ ଓଭରବ୍ରିଜ ଦେଇ ରସୁଲଗଡ଼ ଅଭିମୁଖେ ଯାଇଥିଲା। ବାଣୀବିହାର ସମ୍ମୁଖରେ ଓଭରବ୍ରିଜ ଉପରେ ଆରଟିଓ ଏବଂ ସହିଦନଗର ପୁଲିସ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ କରାଯାଉଥିଲା। ଏହା ଦେଖି ଦୁର୍ବୃତ୍ତମାନେ ଗାଡ଼ିକୁ ପଛୁଆ ନେଇଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ କାର୍‌ଦ୍ବୟକୁ ଧକ୍କା ଦେବା ଫଳରେ ସିରିଜ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ପୁଲିସ ଏବଂ ଆରଟିଓ କର୍ମଚାରୀ ସେଠାକୁ ଯାଇଥିଲେ। ପୁଲିସକୁ ଦେଖି ଅପହର୍ତ୍ତାମାନେ କାରରୁ ବାହାରି ଦୌଡ଼ି ପଳାଇଥିଲେ। ଇନୋଭାରେ ଜଣେ ବ୍ୟକ୍ତି ବସି ଭୟରେ ଥରୁଥିବା ପୁଲିସ କର୍ମଚାରୀ ଦେଖିବାକୁ ପାଇଥିଲେ। ତାଙ୍କୁ ପଚରାଉଚରା କରିବା ପରେ ସେ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ। ପରେ ପୁଲିସ ବ୍ୟବସାୟୀଙ୍କୁ ଉଦ୍ଧାର କରିବା ସହିତ କାର୍‌ ୨ଟିକୁ ଜବତ କରିଥିଲା। କାରରୁ ୨ଟି ବନ୍ଧୁକ ମଧ୍ୟ ମିଳିଥିଲା। ପଛରୁ ଧକ୍କା ଦେଇଥିବା ଟ୍ରକ ଡ୍ରାଇଭର ମଧ୍ୟରେ ଭୟରେ ଖସି ପଳାଇଥିଲା। ପୁଲିସ ୩ଟି ଯାକ ଗାଡ଼ିକୁ ସହିଦନଗର ଥାନାକୁ ଆଣିଥିଲା। ପରେ ବ୍ୟବସାୟୀଙ୍କୁ ତାଙ୍କ ଘରେ ଛାଡ଼ିଥିଲା। ଶନିବାର ସକାଳେ ଉକ୍ତ ବ୍ୟବସାୟୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories