www.samajalive.in
Friday, December 12, 2025
26.1 C
Bhubaneswar

ରାଜ୍ୟ ପୁଲିସ ମୁଖ୍ୟାଳୟରେ ଜାତୀୟ ସଦ୍‌ଭାବନା ଦିବସ ଶପଥ ପାଠ 

କଟକ : ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଜାତୀୟ ସଦ୍‌ଭାବନା ଦିବସ ଅବସରରେ ଏକ ଶପଥ ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟଆରକ୍ଷୀ ମହାନିର୍ଦ୍ଦେଶକ  ଅଭୟ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଦ୍‌ଭାବନା ଶପଥ ପାଠ କରାଇଥିଲେ। ଏହି ଅବସରରେ ପୋଲିସ ମୁଖ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଜାତି, ଧର୍ମ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଦେଶରେ ସଦ୍‌ଭାବ ଏବଂ ଭାବନାତ୍ମକ ଏକତା ନିମନ୍ତେ କାର୍ୟ୍ୟ କରିବା ସହ ନିଜ ନିଜ ମଧ୍ୟରେ ଥିବା ମତଭେଦକୁ ଆପୋଷ ଆଲୋଚନା, ଅହିଂସା ତଥା ସାମ୍ୱିଧାନିକ ବିଧି ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବାକୁ ଶପଥ କରିଥିଲେ। ଏହି ଶପଥ ପାଠ କାର୍ୟ୍ୟକ୍ରମରେ ଆର୍. କେ ଶର୍ମା, ଆଇ.ପି.ଏସ, ଏଡିଜି (ଆଇନ ଶୃଙ୍ଖଳା),  ଏସ. ଦେବଦତ୍ତ ସିଂ, ଆଇ.ପି.ଏସ, ଆଇ.ଜି (ହେଡକ୍ୱାର୍ଟର),  ୟତିନ୍ଦ୍ର କୋଏଲ, ଆଇ.ପି.ଏସ, ଆଇ.ଜି (ପ୍ରୋଭିଜନିଙ୍ଗ),  ଏସ୍‌. ପ୍ରବିଣ କୁମାର, ଆଇ.ପି.ଏସ, ଆଇ.ଜି (ପର୍ସୋନେଲ)ଙ୍କ ସମେତ ସମସ୍ତ ସଂସ୍ଥା ଅଧିକାରୀ, ଉପବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ।

 

- Advertisement -

ସଦ୍‌ଭାବନା ଦିବସ ଶପଥ
ମୁଁ ଶପଥ କରୁଅଛି ଜାତି, ଧର୍ମ, ଭାଷା ତଥା କ୍ଷେତ୍ର ନିର୍ବିଶେଷରେ ଭାରତର ଜନସାଧାରଣଙ୍କର ସଦ୍‌ଭାବ ଏବଂ ଭାବନାତ୍ମକ ଏକତା ନିମନ୍ତେ କାର୍ୟ୍ୟ କରିବି। ମୁଁ ପୁନଃ ଶପଥ କରୁଅଛି କି ନିଜ ନିଜ ମଧ୍ୟରେ ଥିବା ମତଭେଦକୁ ଆପୋଷ ଆଲୋଚନା, ଅହିଂସା ତଥା ସାମ୍ବିଧାନିକ ମାଧ୍ୟମରେ ସମାଧାନ କରିବି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories