www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରଥମ ଥର ପାଇଁ ଭାଷ୍ୟକାର ଭାବେ ନଜର ଆସିଲେ ମାଷ୍ଟର ବ୍ଲାଷ୍ଟର

ଓଭାଲ : ଗୁରୁବାରଠାରୁ କ୍ରିକେଟ ବିଶ୍ବକପ-୨୦୧୯ର ଦ୍ବାଦଶ ସଂସ୍କରଣ ଆରମ୍ଭ ହୋଇଯାଇଛି। ବିଶ୍ବକପର ପ୍ରଥମ ମ୍ୟାଚ ଇଂଲଣ୍ଡର ଦି ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଓ ଇଲଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲେ। ଏଥିରେ ଘରୋଇ ଦଳ ଇଂଲଣ୍ଡକୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲା। ସବୁଠାରୁ ଖାସ କଥା ହେଉଛି ଏହି ମ୍ୟାଚରେ ପ୍ରଥମ ଥର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭାଷ୍ୟକାର ଭାବେ ନଜର ଆସିଥିଲେ। ଭାଷ୍ୟକାର ଭାବେ ସଚିନଙ୍କ ପାଇଁ ଏହା ପ୍ରଥମ ମ୍ୟାଚ ଥି​‌ଲା। ମ୍ୟାଚ୍‌ ପୂର୍ବରୁ ଷ୍ଟାର ସ୍ପୋଟର୍‌ସରେ ପ୍ରସାରିତ ହୋଇଥିବା ‘ସଚିନ ଓପନ୍ସ ଏଗେନ’ ସେଗମେଣ୍ଟରେ ଅନ୍ୟ ବିଶେଷଜ୍ଞଙ୍କ ସହ ସଚିନ ନଜର ଆସିଥିଲେ।

ବିଶ୍ୱକପ୍‌ରେ ସଚିନଙ୍କ ନାମରେ ଅନେକ ରେକର୍ଡ ରହିଛି। ମୋଟ୍‌ ୬ ବିଶ୍ୱକପ୍‌ ଖେଳି ସେ ୨,୨୭୮ ରନ୍‌ ସଂଗ୍ରହ କରିଛନ୍ତି। ବିଶ୍ୱକପ୍ର ଗୋଟିଏ ସଂସ୍କରଣରେ ଅଧିକ ରନ ସଂଗ୍ରହ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ୨୦୦୩ ସଂସ୍କରଣରେ ସେ ୬୭୩ ରନ କରିଥିଲେ।

- Advertisement -

ମାତ୍ର ଭାଷ୍ୟକାର ଭାବେ ପ୍ରଶଂସକମାନେ ସଚିନଙ୍କୁ ପ୍ରଥମ ଥର ଦେଖିଥଲେ।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories