www.samajalive.in
Thursday, December 11, 2025
13.1 C
Bhubaneswar

ସବୁ ବୟସର ମହିଳାଙ୍କ ପାଇଁ ଖୋଲିଲା ସାବରୀମାଳା ମନ୍ଦିର

ନୂଆଦିଲ୍ଲୀ: କେରଳର ସାବରୀମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି ହୋଇଛି । ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବଶେକୁ ନେଇ ପୂର୍ବରୁ ଲାଗିଥିବା କଟକଣାକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି । ସୁପ୍ରିମକୋର୍ଟର ଏହି ଐତିହାସିକ ରାୟ ପ​ରେ ସାବରୀମାଳା ମନ୍ଦିରର କବାଟ ସବୁ ବୟସର ମହିଳାଙ୍କ ପାଇଁ ଖୋଲା ହୋଇଯାଇଛି । ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍ ଖନବିଲକର, ଜଷ୍ଟିସ୍ ଚନ୍ଦ୍ରଚୂଡ, ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା ଏବଂ ଜଷ୍ଟିସ୍ ନରୀମନଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠରେ ଏହି ନିଷ୍ପତି ନିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ୧୦ରୁ ୫୦ବର୍ଷୀୟ ମହିଳାଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାରେ କଟକଣା କରାଯାଇଥିଲା। ଭାଗବାନଙ୍କ ସହ ଭକ୍ତଙ୍କ ସମ୍ବନ୍ଧକୁ ଜୈବିକ କିମ୍ବା ଶାରୀରିକ ଦୃଷ୍ଟିରୁ ମାପ କରାଯିବା ଏବଂ  ପୂଜାର୍ଚ୍ଚନାକୁ ନେଇ ଭେଦଭାବ କରିବା ଅନୁଚିତ୍ । ଏହା ସମସ୍ତଙ୍କର ମୌଳିକ ଅଧିକାର ଏବଂ ଏହି କଟକଣା ମହିଳାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories