www.samajalive.in
Saturday, December 13, 2025
26.1 C
Bhubaneswar

ଖୋଲିବ ଶବରିମାଲ ମନ୍ଦିର ; ୧୦୦ ମହିଳା ବାଟାଲିୟନ ଓ ୨୦ କମାଣ୍ଡୋ ଦଳ ମୁତୟନ

ତିରୁଅନନ୍ତପୁରମ୍‍ : କେରଳର ପ୍ରସିଦ୍ଧ ଶବରିମାଲ ମନ୍ଦିରରେ ସୋମବାର ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଁ ମନ୍ଦିରର ଦ୍ୱାର ଖୋଲାଯିବ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶନିବାର ମଧ୍ୟରାତ୍ରରୁ ମନ୍ଦିର ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ୧୪୪ ଧାରା ଲାଗୁ କରାଯାଇଛି। ସନ୍ନିଧାନମ୍, ପାମ୍ବା, ନିଲକ୍କଲ ଓ ଇଲାଭୁନାଙ୍କୁଲରେ ମଧ୍ୟ ଗତ ରାତିରୁ ୧୪୪ ଧାରା ଲାଗୁ କରାଯାଇଛି। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କାରଣ ସୋମବାର ସକାଳ ୫ଟାରୁ ମଙ୍ଗଳବାର ରାତି ୧୦ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ଅନ୍ୟପକ୍ଷରେ ୨୩୦୦ ଜଣ ପୁଲିସ କର୍ମଚାରୀଙ୍କ ସମେତ କମାଣ୍ଡୋମାନଙ୍କୁ ଶବରିମାଲ ମନ୍ଦିର ଓ ଆଖପାଖ ଅଞ୍ଚଳରେ ମୁତୟନ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
୧୦୦ ମହିଳା ବାଟାଲିୟନ ସମେତ ୨୦ଟି କମାଣ୍ଡୋ ଦଳକୁ ମଧ୍ୟ ମୁତୟନ କରାଯାଇଛି। କୌଣସି ମହିଳା ସାମ୍ବାଦିକଙ୍କୁ ଖବର ସଂଗ୍ରହ କରିବା ପାଇଁ ନ ପଠାଇବା ନିମନ୍ତେ ମନ୍ଦିର କମିଟି ପକ୍ଷରୁ ମଡିଆ ସଂଗଠନକୁ ଅନୁରୋଧ କରାଯାଇଛି।

ଶବରିମାଲ ମନ୍ଦିର ମଧ୍ୟକୁ ସବୁ ବୟସର ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମ୍‍କୋର୍ଟ ଦେଇଥିବା ନିର୍ଦ୍ଦେଶ ପରେ କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ପୁଲିସ୍‍ ଏ.ଡି.ଜି. ଅନିଲ କାନ୍ତ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି।
ସୂଚନାଯୋଗ୍ୟ ସୁପ୍ରିମକୋର୍ଟଙ୍କ ଆଦେଶ ବିରୋଧରେ ଗତ ମାସରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।
ଗତ ମାସରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରିଥିବା ବିକ୍ଷୋଭକାରୀଙ୍କ ଗିରଫ ଲୋକଙ୍କ ସଂଖ୍ୟା ୩,୭୦୧ରେ ପହଞ୍ଚିଛି । ବିଭିନ୍ନ ଥାନାରେ ୫୪୩ ମାମଲା ରୁଜୁ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories