www.samajalive.in
Saturday, December 6, 2025
23.1 C
Bhubaneswar

ରୁଷ୍‌ ରାଷ୍ଟ୍ରପତିଙ୍କୁ ଯୁଦ୍ଧ ଅପରାଧୀ ଘୋଷଣା କଲା ଆମେରିକା ସିନେଟ୍‌; ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ: ଆମେରିକାରେ ରୁଷ୍‌ ବିରୁଦ୍ଧରେ କ୍ରୋଧ ବଢିବାରେ ଲାଗିଛି। ଆମେରିକା ସଂସଦରେ ଏ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ ହୋଇଛି। ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ପାଇଁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ତାଙ୍କ ପ୍ରଶାସନର ତଦନ୍ତ ଦାବି କରୁଥିବା ଏକ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ପାରିତ କରିଛି ସିନେଟ୍। ସିନେଟର ଲିଣ୍ଡସେ ଗ୍ରାହମଙ୍କ ପ୍ରସ୍ତାବରେ କୁହାଯାଇଛି ଯେ, ପୁଟିନଙ୍କ ନିର୍ଦ୍ଦେଶରେ ରୁଷ ସାମରିକ ବାହିନୀଙ୍କ ଦ୍ୱାରା କରାଯାଉଥିବା ‘‘ମାନବିକତା ବିରୋଧରେ ହିଂସା, ଯୁଦ୍ଧ ଅପରାଧ’’କୁ ସିନେଟ ଦୃଢ ନିନ୍ଦା କରୁଛି।

ସମ୍ଭାବ୍ୟ ଯୁଦ୍ଧ ଅପରାଧ ପାଇଁ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ ପୁଟିନ, ତାଙ୍କ ସୁରକ୍ଷା ପରିଷଦ ଏବଂ ସୈନ୍ୟ ନେତାଙ୍କ ତଦନ୍ତ କରନ୍ତୁ ବୋଲି ଏହି ପ୍ରସ୍ତାବ ଆହ୍ବାନ ଦେଇଛି। ସିନେଟ୍‌ରେ ସଂଖ୍ୟାଗରିଷ୍ଠ ନେତା ଚକ୍‌ ଶୁମର କହିଛନ୍ତି, ‘‘ଏହି ଅତ୍ୟାଚାରକୁ ଯୁଦ୍ଧ ଅପରାଧ ଭାବେ ବିବେଚନା କରାଯାଇ ତଦନ୍ତ କରାଯିବା ଉଚିତ’’। ଆମେରିକା ସଂସଦରେ ଉଭୟ ଦଳର ସାଂସଦମାନେ ୟୁକ୍ରେନରେ ରୁଷର ଯୁଦ୍ଧ ବିରୋଧରେ ଏକତା ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର ସିନେଟରେ ଏହି ପସ୍ତାବକୁ ସର୍ବସମ୍ମତିକ୍ରମେ ପାରିତ କରାଯାଇଛି।

- Advertisement -

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ ବିରୋଧରେ ଅନ୍ତର୍ଜାତୀୟ ଯୁଦ୍ଧ ଅପରାଧ ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ସିନେଟ ଦ୍ବାରା ଅନୁମୋଦିତ ପ୍ରସ୍ତାବକୁ ଉଭୟ ରିପବ୍ଲିକାନ୍ ଏବଂ ଡେମୋକ୍ରାଟ୍ ଦଳର ସିନେଟରମାନେ ସ୍ବୀକାର କରିଛନ୍ତି।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories