ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ଦ୍ୱିତୀୟ ଦିନ। ଉଭୟଙ୍କ ମଧ୍ୟରେ ଲଢେଇ ଜଟିଳତା ଆଡକୁ ଗତି କରୁଛି। ରୁଷ ସେନା ଦ୍ୱାରା ୟୁକ୍ରେନର ହୋଇଥିବା ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କହିବାନୁଯାୟୀ, ଏଯାଏଁ ୧୩୭ ଜଣଙ୍କ ଜୀବନ ଚାଲି ଯାଇଛି।
ୟୁକ୍ରେନର ରାଜଧାନୀ କିଭ୍କୁ ଅଧିକୃତ କରିବାର ଲଢେଇ ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଛି। କୀଭ୍ର ବାହାରରେ ରୁଷ ଓ ୟୁକ୍ରେନ ସେନାଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲୁ ରହିଛି। ଏହାମଧ୍ୟରେ ସୂଚନା ମିଳିଛି ଆଗକୁ ବଢୁଥିବା ରୁଷର ଟ୍ୟାଙ୍କକୁ ରୋକିବା ପାଇଁ ୟୁକ୍ରେନ ନିଜ ସହରର ତିନିଟି ପୋଲ ଉଡାଇ ଦେଇଛି।
ରାଜଧାନୀ କୀଭ୍ ରେ ଆଜି ରୁଷ ସେନା ଛଅ ଥର ମିଶାଇଲ ଆକ୍ରମଣ କରିଛି। ଏହାମଧ୍ୟରେ ରୁଷର ଏକ ବିମାନକୁ ୟୁକ୍ରେନ ତଳକୁ ଖସାଇ ଦେଇଛି। ବିମାନଟି ଖସି ଏକ ଉଚ୍ଚ ଅଟ୍ଟାଳିକାରେ ମାଡ ହୋଇ ସେଠାରେ ନିଆଁ ଲାଗି ଯାଇଥିଲା।
ରୁଷ-ୟୁକ୍ରେନ ଯୁଦ୍ଧ ; ନିଜ ସହରର ୩ ପୋଲ ଉଡାଇଲା ୟୁକ୍ରେନ
Popular Categories



