କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ୟୁକ୍ରେନ୍ ସୀମାଠୁ କିଛି ଦୂରରେ ରୁଷ ୧୫୦ ହେଲିକପ୍ଟର ରଖିବା ସହ ସୈନିକଙ୍କୁ ମୁତୟନ କରିଛି । ମ୍ୟାକ୍ସାର୍ ଟେକ୍ନୋଲୋଜି ଦ୍ୱାରା ଏହି ଚିତ୍ରଗୁଡ଼ିକୁ ଦେଖିବାକୁ ମିଳିଛି । କୁହାଯାଇଛି ସେମାନଙ୍କର ଉପସ୍ଥିତି ଦକ୍ଷିଣ ବୋଲାରସରେ ଅଛି । ବୋଲାରସ ଚୋଜନିକି ନିକଟରେ ବୃହତ ହେଲିକପ୍ଟର ନିୟୋଜନ ଦେଖାଯାଇଥିଲା ଏବଂ ୯୦ ରୁ ଅଧିକ ହେଲିକପ୍ଟର ଏକ ରାସ୍ତାରେ ଅଟକି ରହିଥିଲା। ଘରୋଇ ଆମେରିକାର କମ୍ପାନୀ ଅନୁଯାୟୀ ଶୁକ୍ରବାର ନିଆଯାଇଥିବା ସାଟେଲାଇଟ୍ ଚିତ୍ରରେ ଦକ୍ଷିଣ ବୋଲାରସ ଅନେକ ବୃହତ ଗ୍ରାଉଣ୍ଡ ଫୋର୍ସ ନିୟୋଜନ ଏବଂ ପ୍ରାୟ ୧୫୦ ପରିବହନ ହେଲିକପ୍ଟର ଦେଖିବାକୁ ମିଳିଛି ।

ଆଜିକୁ ତିନି ଦିନ ହେବ ୟୁକ୍ରେନ୍ ଓ ରୁଷ ମଧ୍ୟରେ ଯୁଦ୍ଧ ଲାଗିରହିଛି । ଏହି ଯୁଦ୍ଧରେ ଦୁଇ ଦେଶର ବହୁ କ୍ଷତି ହୋଇସାରିଲାଣି । ଅନେକ ସୈନିକଙ୍କ ସହ ମଧ୍ୟ କିଛି ସାଧାରଣ ଲୋକଙ୍କ ଜୀବନ ଗଲାଣି । ଏହାରି ଭିତରେ ପ୍ରାୟ ସମସ୍ତ ଦେଶ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଉଭୟ ଦେଶକୁ ପରାମର୍ଶ ଦେଇଛନ୍ତି । ତେବେ ଏହି ଯୁଦ୍ଧରେ ଖୁବଶୀଘ୍ର ପୂର୍ଣ୍ଣଛେଦ ପଡ଼ିବ ବୋଲି ଆଶା କରାଯାଉଛି ।



