www.samajalive.in
Friday, December 5, 2025
26.1 C
Bhubaneswar

ଜାଣନ୍ତୁ, ଚୁଡି ପିନ୍ଧିବାର ସଠିକ ନିୟମ

ପ୍ରାଚୀନ କାଳରୁ ହିଁ ଚୁଡି ପିନ୍ଧିବା ଦ୍ୱାରା ମହିଳାଙ୍କ ସୌନ୍ଦର୍ଯ୍ୟ ଓ ସୌଭାଗ୍ୟ ବୃଦ୍ଧି ପାଇଥାଏ ବୋଲି ମାନ୍ୟତା ରହିଛି। ଚୁଡି ସୌନ୍ଦର୍ଯ୍ୟ ବଢାଇବା ସହ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ଠିକ ରଖିଥାଏ। ଗ୍ରହମାନଙ୍କର ଦିଗ ଠିକ ରଖିବା ପାଇଁ ମଧ୍ୟ ଚୁଡି ପିନ୍ଧାଯାଇଥାଏ। ଆସନ୍ତୁ ଜାଣିବା ଚୁଡି ପିନ୍ଦିବା ଦ୍ୱାରା କି ଲାଭ ହୋଇଥାଏ।

ଚୁଡି ମୁଖ୍ୟ ରୂପରେ ଗୋଲ ଆକୃତିର ହୋଇଥାଏ। ଏହା ଚନ୍ଦ୍ର ଓ ବୁଧଙ୍କ ପ୍ରତୀକ ଅଟେ।
ବୈବାହିକ ଜୀବନ ଓ ସୌନ୍ଦର୍ଯ୍ୟ ସହ ସମ୍ବନ୍ଧ ରଖିଥିବା କାରଣରୁ ଏହା ଶୁକ୍ରଙ୍କ ପ୍ରତୀକ ମଧ୍ୟ ଅଟେ।
ଚୁଡି ପିନ୍ଧିବା ଦ୍ୱାରା ଏହା ମଣିବନ୍ଧକୁ ସ୍ପର୍ଶ କରିଥାଏ। ତେଣୁ ଏହା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
ଠିକ ନିୟମ ଦ୍ୱାରା ଚୁଡି ପିନ୍ଧିବା ଦ୍ୱାରା ଏହା ବୈବାହିକ ଜୀବନରେ ସୁଖ ଦେଇଥାଏ।

- Advertisement -


ଚୁଡି ପିନ୍ଧିବାର ନିୟମ:
ଚୁଡି କିଣିବା ବେଳେ କିିଛି ନିୟମ ରହିଥାଏ। ତେଣୁ ଏହାକୁ ମାନିବା ଦ୍ୱାରା ଆମର ଅନେକ ଉନ୍ନତି ହୋଇଥାଏ।
କେବେ ବି ମଙ୍ଗଳବାର ଓ ଶନିବାର ଦିନ ଚୁଡି କିଣନ୍ତୁ ନାହିଁ।
ନୂଆ ଚୁଡି ପିନ୍ଧିବା ପୂର୍ବରୁ ମା ଗୌରୀଙ୍କୁ ସର୍ମପଣ କରିବା ଉଚିତ।
ସର୍ବଦା ସକାଳ ଓ ସନ୍ଧ୍ୟା ସମୟରେ ନୂଆ ଚୁଡି ପିନ୍ଧିବା ଉଚିତ।
ଅବିବାହିତ ମାନେ ଯେକୌଣସି ଚୁଡି ପିନ୍ଧିପାରିବେ। କିନ୍ତୁ ବିବାହିତ ମହିଳା ମାନେ କଦାପି କଳା ରଙ୍ଗର ଚୁଡି ପିନ୍ଧନ୍ତୁ ନାହିଁ।
ମହିଳାମାନେ କାଚ, ସୁନା ଓ ରୂପାର ଚୁଡି ପିନ୍ଧିବା ଉଚିତ।


ଚୁଡିର ବିଶେଷ ପ୍ରୟୋଗ:
ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ସୁନା ଓ ରୂପାର ଚୁଡି ସମାନ ଭାବେ ମିଶାଇ ପିନ୍ଧନ୍ତୁ।
ବୈବାହିକ ଜୀବନରେ ସୁଖରେ ରହିବା ପାଇଁ ସର୍ବଦା ଲାଲ ଓ ଗୋଲାପୀ ରଙ୍ଗର ଚୁଡି ପିନ୍ଧନ୍ତୁ।
ଶୀଘ୍ର ବିବାହ କରିବା ପାଇଁ ମା ଦୁର୍ଗାଙ୍କୁ ଲାଲ ଓଢଣୀ ସହ ଲାଲ ରଙ୍ଗର ଚୁଡି ଅର୍ପଣ କରନ୍ତୁ।
ସନ୍ତାନ ପ୍ରାପ୍ତି ପାଇଁ ହଳଦିଆ ରଙ୍ଗର କାଚ ଚୁଡି ପିନ୍ଧନ୍ତୁ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories