www.samajalive.in
Saturday, December 13, 2025
21.1 C
Bhubaneswar

‘ଭିକ୍ଷା ମାଗୁନୁ; ପ୍ରତିଶ୍ରୁତି ପାଳନ କର’

ନୂଆଦିଲ୍ଲୀ : ଅଯୋଧ୍ୟାରେ ଶୀଘ୍ର ରାମ ମନ୍ଦିର ନିର୍ମାଣ ଦାବି ନେଇ ରବିବାର ଦିଲ୍ଲୀ କମ୍ପିଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ (ଆରଏସ୍‌ଏସ୍‌) ଓ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି)ର ପ୍ରାୟ ଏକ ଲକ୍ଷ କର୍ମୀ, ପ୍ରାୟ ତିନି ଡଜନ୍‌ ସାଧୁ ଓ ମହନ୍ତଙ୍କ ନେତୃତ୍ବରେ ସ୍ଥାନୀୟ ରାମଲୀଳା ମଇଦାନରେ ଧର୍ମ ସଂସଦ ସମାବେଶ ଆୟୋଜନ କରିବା ସହ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଆରଏସ୍‌ଏସ୍‌ ସାଧାରଣ ସମ୍ପାଦକ ଭୈୟାଜୀ ଜୋଷୀ ବିଜେପି ତଥା କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମ​‌ାଲୋଚନା କରିବା ସହ ‘ଆମେ ରାମ ମନ୍ଦିର ଭିକ୍ଷା ମାଗୁ ନାହୁଁ; ତୁମେ ଏଥିପାଇଁ ନିର୍ବାଚନ​‌େ​‌ବଳେ ପ୍ରତିିଶ୍ରୁତି ଦେଇଥିଲ’ ବୋଲି କହିଛନ୍ତି। ଏ ସଂକ୍ରାନ୍ତ ମାମଲାର ଶୀଘ୍ର ଶୁଣାଣି କରୁ ନ ଥିବାରୁ ଶୋଭାଯାତ୍ରାରେ ସାମିଲ ସାଧୁ ଓ ମହନ୍ତମାନେ ସୁପ୍ରିମକୋର୍ଟକୁ ତୀବ୍ର ସମାଲୋଚନା କରିବାକୁ ପଛାଇ ନ ଥିଲେ। ଅଦାଲତ ଉପରେ ଆଉ ନିର୍ଭର କରିହେବ ନାହିଁ; ମନ୍ଦିର ନିର୍ମାଣ ପାଇଁ ସରକାର ତାଙ୍କର ପ୍ରତିଶ୍ରୁତି ଶୀଘ୍ର ପାଳନ କରନ୍ତୁ ଓ ଶୀଘ୍ର ଏଥିପାଇଁ ଆଇନ ଆଣନ୍ତୁ ବୋଲି ଆୟୋଜିତ ସଭାରେ ବକ୍ତାମାନେ ଦାବି କରିଥିଲେ।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି; ଆରଏସ୍‌ଏସ୍‌ ଏହାର ଦୁଇ ନମ୍ବର ନେତା ଭୈୟାଜୀ ଜୋଷୀଙ୍କ ମାଧ୍ୟମରେ ରାମ ମନ୍ଦିର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଓ ସୁପ୍ରିମକୋର୍ଟକୁ କଡ଼ା ଚେତାବନୀ ଦେଇଛି। ଜୋଷୀ ରବିବାର ସମାବେଶରେ କହିଛନ୍ତି ଯେ ‘ଅଦାଲତ ପ୍ରତି ଆମର ସମ୍ମାନ ରହିଛି; କିନ୍ତୁ ଅଦାଲତ ଏମିତି ପରିସ୍ଥିତି ସୃଷ୍ଟି ନ କରନ୍ତୁ ଯାହାଦ୍ବାରା ଲୋକଙ୍କର ସନ୍ଦେହ ଉପୁଜିବ ଓ ଭରସା ତୁଟିଯିବ। ଏଭଳି ହେଲେ ଦେଶରେ ପ୍ରଗତି ହାସଲ ହୋଇପାରିବ ନାହିଁ।’ ସେହିଭଳି ସଂସଦକୁ ଇଙ୍ଗିତ କରି ସେ କହିଛନ୍ତି ଯେ ‘ରାମ ମନ୍ଦିର ନିର୍ମାଣ ସଂକ୍ରାନ୍ତ ଆଇନ ଆଣିବା ଦାୟିତ୍ବ ସଂସଦର। ଆମେ ଏଥିପାଇଁ ଭିକ୍ଷା ମାଗୁ ନାହୁଁ। ସରକାର ଏଥି ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ମନ୍ଦିର ନିର୍ମାଣ ସହିତ ତାଙ୍କର ସ୍ବାର୍ଥ ନିହିତ ରହିଛି। ଏଥିସହିତ ଅନ୍ୟମାନଙ୍କର ମଧ୍ୟ ସ୍ବାର୍ଥ ସାଧନ ହେବ। ସରକାର ଶୀଘ୍ର ଏହା ହୃଦୟଙ୍ଗମ କରିବା ଉଚିତ।’
ସଭାରେ ଅନ୍ୟ ବକ୍ତାମାନେ ଉଦ୍‌ବୋଧନ ଦେଇ ରାମଭକ୍ତମାନଙ୍କୁ ମନ୍ଦିର ନିର୍ମାଣ ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ‘ଯେଉଁ ରାମଭକ୍ତମାନେ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ଚାହୁଁଛନ୍ତି ସେମାନେ ସମ୍ମୁଖକୁ ଆସନ୍ତୁ ବୋଲି ମହନ୍ତ ହଂସଦେବାଚାର୍ଯ୍ୟ ଆହ୍ବାନ ଦେଇଥି​‌େ​‌ଲ। ଅଦାଲତ ଓ ସଂସଦର ଅନୁମତିକୁ ଆମେ ଅପେକ୍ଷା କରିବା ଭଲ; କିନ୍ତୁ ‘ଡିସେମ୍ବର ୬’ର ଯଦି ପୁନରାବୃତ୍ତି ଘଟେ ସେଥିପ୍ରତି କିଏ ଦାୟୀ ରହିବ? ଅଯୋଧ୍ୟାରେ ନିଶ୍ଚୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ; ସେଥିପାଇଁ ନରେନ୍ଦ୍ର ମୋଦୀଙ୍କୁ ପୁନଃ ପ୍ରଧାନମନ୍ତ୍ରୀ କରିବା ଆବଶ୍ୟକ ବୋଲି ହଂସଦେବାଚାର୍ଯ୍ୟ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାବରି ମସଜିଦ୍‌ ଭଙ୍ଗ ଘଟଣାରେ ଅଭିଯୁକ୍ତ ସାଧ୍ବୀ ଋତାମ୍ଭରା କହିଥିଲେ, ‘ଆମେ ବହୁତ ସହ୍ୟ କଲୁଣି, ଆଉ ଅପେକ୍ଷା କରିବା ସମ୍ଭବ ନୁହେଁ।’ ଅପରପକ୍ଷରେ ସଭାରେ ଉପସ୍ଥିତ ଉତ୍ତରପ୍ରଦେଶ ଓ ହରିୟାଣାର କିଛି ଯୁବକଙ୍କ ବିରୋଧାଭାସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମନ୍ଦିର କିମ୍ବା ବେକାରୀ ସମସ୍ୟା ଗୁରୁତ୍ବପୂର୍ଣ୍ଣ ବୋଲି ସେମାନେ ପାଟି କରିଥିଲେ। ଆମକୁ ଚାକିରି ଆବଶ୍ୟକ; ମନ୍ଦିର ନୁହେଁ। ସରକାର ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ; ପାଳନ କରି ନାହାନ୍ତି ବୋଲି ଚିତ୍କାର କରିଥିଲେ। ଏଥିପାଇଁ ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories