www.samajalive.in
Friday, December 5, 2025
20.1 C
Bhubaneswar

ବସ‌ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ୟୁପି ପଠାଇଲା ରାଉରକେଲା ପୁଲିସ

ରାଉରକେଲା : ୨୧ ଜଣ ପ୍ରବାସୀ ଶ୍ରମିକଙ୍କୁ ରାଉରକେଲା ପ୍ଲାଣ୍ଟସାଇଟ ଥାନା ପୁଲିସ ବସ୍‌ ଯୋଗେ ସେମାନଙ୍କ ରାଜ୍ୟ ଉତ୍ତରପ୍ରଦେଶର ଫତେପୁର ପଠାଇଛନ୍ତି । ରାଉରକେଲା ବିଶ୍ରା ଛକରେ ପ୍ଲାଣ୍ଟସାଇଟ ଥାନା ପୁଲିସ ସେମାନଙ୍କୁ ଅଟକାଇଥିଲେ ଏବଂ ଖାଦ୍ୟପେୟ ଦେବା ପରେ ବସ୍‌ ଯୋଗେ ଉତ୍ତରପ୍ରଦେଶ ପଠାଇବାର ବ୍ୟବସ୍ଥା କରିଥିଲେ । ଏହି ଶ୍ରମିକମାନଙ୍କୁ ଜଣେ ଠିକାଦାର ବାରକୋଟରେ ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଲଗାଇଥିଲେ ।

ଲକଡାଉନ ଯୋଗୁଁ ଠିକାଦାର ଶ୍ରମିକମାନଙ୍କ କଥା ନ ବୁଝିବାରୁ ସେମାନେ ଚାଲି ଚାଲି ଉତ୍ତରପ୍ରଦେଶ ଯାଉଥିଲେ । ରାଉରକେଲା ବିଶ୍ରା ଛକରେ ପ୍ଲାଣ୍ଟସାଇଟ ଥାନା ପୁଲିସ ସେମାନଙ୍କୁ ଅଟକାଇଥିଲେ ଏବଂ ଖାଦ୍ୟ ଦେବା ପରେ ବସ୍‌ ଯୋଗେ ଉତ୍ତରପ୍ରଦେଶ ପଠାଇବାର ବ୍ୟବସ୍ଥା କରିଥିଲେ । ଓଡିଶା ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିର୍ଦ୍ଦେଶାନୁସାରେ କୌଣସି ପ୍ରବାସୀ ରାଜ୍ୟରେ ଭୋକ ଉପାସରେ ଚାଲି ଚାଲି ଯିବେ ନାହିଁ । ରାଉରକେଲା ପୁଲିସ ପକ୍ଷରୁ ଏନେଇ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି । ଗତ ତିନିଦିନ ତଳେ ମୁମ୍ବାଇରୁ ଚାଲି ଚାଲି ଆସିଥିବା ପଶ୍ଚିମବଙ୍ଗ ପୁରୁଲିଆର ଶ୍ରମିକଙ୍କ ଖାଦ୍ୟପେୟ ର ବ୍ୟବସ୍ଥା କରି ବସରେ ସେମାନଙ୍କୁ ପଠାଯାଇଥିଲା । ପଶ୍ଚିମାଞ୍ଚଳ ଡ଼ିଆଇଜି କବିତା ଜଲାନ ଓ ରାଉରକେଲା ଏସପି କେ. ଶିବା ସୁବ୍ରମଣିଙ୍କ ତତ୍ୱାବଧାନରେ ଏହି କାର୍ୟ୍ୟ କରାଯାଉଛି. ପୁଲିସ ପକ୍ଷରୁ ପ୍ରବାସୀମାନଙ୍କୁ ସେମାନଙ୍କ ନିକଟତର ସୀମାନ୍ତରେ ଛାଡି ଦିଆଯାଉଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories