www.samajalive.in
Friday, December 12, 2025
27.1 C
Bhubaneswar

ଶକ୍ତି କ୍ଷେତ୍ରରେ ପ୍ରତିବଦ୍ଧତା ପାଇଁ ସମ୍ବର୍ଦ୍ଧିତ ହେଲା ରାଉରକେଲା ସ୍ମାର୍ଟ ସିଟି

ରାଉରକେଲା: ଭାରତ ସରକାରଙ୍କ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ସମ୍ବର୍ଦ୍ଧିତ ହୋଇଛି। ସୌରଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେଇ ଶକ୍ତି କ୍ଷେତ୍ରରେ ନିଜର ପ୍ରତିବଦ୍ଧତା ଲାଗି ରାଉରକେଲା ଏହି ସଫଳତା ହାସଲ କରିଛି।
ଫେବ୍ରୁଆରି ୧୬ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ କେନ୍ଦ୍ର ଶକ୍ତି ଏବଂ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରୀ ରାଜ କୁମାର ସିଂ, କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ଏବଂ ସାର ଓ ରସାୟନ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଭଗବନ୍ତ ଖୁବାଙ୍କଠାରୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ର ମୁଖ୍ୟ କାର୍ୟ୍ୟନିର୍ବାହୀ ତଥା ରାଉରକେଲା ମହାନଗର ନିଗମର କମିଶନର ଡା.ଶୁଭଙ୍କର ମହାପାତ୍ର ଏହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି।
ଶକ୍ତି କ୍ଷେତ୍ର ପ୍ରତି ଥିବା ପ୍ରତିବଦ୍ଧତା ସମ୍ପର୍କରେ ଦେଶର ବିଭିନ୍ନ ସ୍ମାର୍ଟ ସିଟିଗୁଡ଼ିକ ମିଳିତ ଜାତିସଂଘ ଓ କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ନିକଟରେ ନିଜ ନିଜର ପ୍ରସ୍ତାବ ରଖିଥିଲେ। ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ ଦେଶର ଅନ୍ୟ ୫ଟି ସ୍ମାର୍ଟ ସିଟି ସମେତ ରାଉରକେଲା ପ୍ରଶଂସିତ ହୋଇଛି।
୨୦୩୦ ସୁଦ୍ଧା ରାଉରକେଲା ସ୍ୱଚ୍ଛ ଶକ୍ତି ଉତ୍ସରୁ ୩୦ ପ୍ରତିଶତ ଶକ୍ତି ସଂଗ୍ରହ ଲକ୍ଷ୍ୟ ରଖି ମିଳିତ ଜାତିସଂଘ ନିକଟରେ ପ୍ରସ୍ତାବ ଦାଖଲ କରିଥିଲା। ଏହି ଲକ୍ଷ୍ୟକୁ ସାକାର କରିବା ଦିଗରେ ରାଉରକେଲାକୁ ଗ୍ରୀନ୍ ଏନର୍ଜି ବା ସବୁଜ ଶକ୍ତିର ଏକ ହବ୍ ଭାବେ ପ୍ରତିଷ୍ଠା କରିବା ପାଇଁ ସହରର ସୌରୀକରଣ ଉପରେ ଗୁରୁତ୍ୱ ଦିଆଯାଇ ଆସୁଛି।

ତେଣୁ ରାଉରକେଲା ସ୍ମାର୍ଟ ସିଟିର ବାସିନ୍ଦାମାନେ ସୌରଶକ୍ତି ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ସହରବାସୀ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ଏହି ଅକ୍ଷୟ ଶକ୍ତିର ବ୍ୟବହାର କରିବେ, ସେଥିଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି।
ସାଧାରଣ ଲୋକ ଘରେ ଘରେ ସୋଲାର ପ୍ୟାନେଲ ବସାଇ ସୌରଶକ୍ତି ଉତ୍ପାଦନ କରି ନିଜର ଆବଶ୍ୟକତା ପୂରଣ କରିପାରିବେ। ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରିବା ପାଇଁ ସ୍ୱଚ୍ଛ ସାଥୀମାନଙ୍କୁ ସୌରଶକ୍ତିର ବ୍ୟବହାର ସମ୍ପର୍କରେ ତାଲିମ ମଧ୍ୟ ଦିଆଯାଉଛି। ସେହିପରି ଘରୋଇ ସଂସ୍ଥାଗୁଡ଼ିକୁ ମଧ୍ୟ ଏଥିପାଇଁ ଉତ୍ସାହିତ କରାଯାଉଛି।
ନୂଆଦିଲ୍ଲୀଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ସଚିବ ଇନ୍ଦୁ ଶେଖର ଚତୁର୍ବେଦୀ, କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ସଚିବ ଆଲୋକ କୁମାର, କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଦିନେଶ ଡି. ଜଗଦଲେ ଏବଂ ଶକ୍ତି, ପରିବେଶ ଏବଂ ଜଳ ପରିଷଦ (ସିଇଇଡବ୍ଲ୍ୟୁ)ର ପ୍ରତିଷ୍ଠାତା ସିଇଓ ଡ. ଅରୁଣାଭ ଘୋଷ ଉପସ୍ଥିତ ଥିଲେ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories