ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ଏକ ମହିଳା ଟେଲର ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ରାଉରକେଲା ସରକାରୀ ଡାକ୍ତରଖାନା ନିକଟ ପୌରପାଳିକା ମାର୍କେଟରେ ଅଗ୍ନିକଣ୍ଡ ଘଟିଛି । ମାର୍କେଟ ନିକଟରେ ଥିବା ଲକ୍ଷ୍ମଣ ନାୟକଙ୍କ ଦୋକାନରେ ଏହି ଟେଲର ଦୋକାନ ଚାଲୁଥିଲା । ଅଗ୍ନିକାଣ୍ଡ ଘଟି ୨ଟି ସିଲେଇ ମେସିନ, ବହୁ ମୂଲ୍ୟବାନ ଶାଢ଼ୀ ଓ ଅନ୍ୟ ସାମଗ୍ରୀ ପୋଡି ଯାଇଛି । ତେବେ ଅଗ୍ନିକାଣ୍ଡ କିପରି ଘଟିଲା ତାହା ଜଣାପଡ଼ିନାହିଁ ।
Popular Categories



