www.samajalive.in
Thursday, December 11, 2025
15.1 C
Bhubaneswar

ରାଉରକେଲାବାସୀଙ୍କୁ ସର୍ବୋତ୍ତମ ସେବା ଯୋଗାଇଦେବା ଆମ ଲକ୍ଷ୍ୟ : କମିଶନର

ରାଉରକେଲା : ସ୍ୱାୟତ୍ତ ଶାସନ ଦିବସ ରାଉରକେଲା ମହାନଗର ନିଗମ ପକ୍ଷରୁ ସୁଚାରୁ ରୂପେ ପାଳିତ ହୋଇଯାଇଛି। ଆଜି ଭୋରରୁ ନିଗମ ପକ୍ଷରୁ ବରପୂତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ପରେ କମିଶନର ଦିବ୍ୟଜ୍ୟୋତି ପରିଡା କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। କରୋନା ମହାମାରୀ ସମୟରେ ଲୋକଙ୍କ ସେବା କରି ପ୍ରାଣବଳି ଦେଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ମହାନଗର ନିଗମର ଯେଉଁ କର୍ମଚାରୀ ମାନେ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେଇ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ପୁଣି କାର୍ୟ୍ୟରେ ଯୋଗ ଦେଇଛନ୍ତି, ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହିତ କରୋନା ମୁକାବିଲା ସମୟରେ ସଫେଇ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ କରିଥିବା ମହାନଗର ନିଗମର ବିଭିନ୍ନ ବର୍ଗର ୧୫ ଜଣ କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ନିମନ୍ତେ ସ୍ଥାପିତ ୭ଟି ମାଇକ୍ରୋ କଂପୋଷ୍ଟିଂ ସେଣ୍ଟର ଆଜି ଲୋକାର୍ପିତ ହୋଇଥିବା ବେଳେ ଏହାର ପରିଚାଳନା ଭାର ଆଜି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ହାତରେ ଅର୍ପଣ କରାଯାଇଥିଲା। ସେହିପରି ୩୮ଟି ଗୋଷ୍ଠୀ ଶୌଚାଳୟର ପରିଚାଳନା ଦାୟିତ୍ୱ ମଧ୍ୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ହାତରେ ଅର୍ପଣ କରାଯାଇଥିଲା। ଏହିସବୁ ପଦକ୍ଷେପ ମାଧ୍ୟମରେ ମହିଳା ସଶକ୍ତିକରଣକୁ ସୁନିଶ୍ଚିତ କରାଯିବା ସହ ଗୋଷ୍ଠୀ ଭାଗିଦାରୀତା ଏବଂ ଉତ୍ତମ ପରିଚାଳନା ମଧ୍ୟ ସୁଚାରୁ ରୁପେ ହୋଇପାରିବ ବୋଲି କମିଶନର ଦିବ୍ୟଜ୍ୟୋତି ପରିଡା ମତବ୍ୟକ୍ତ କରିଛନ୍ତି।

- Advertisement -

ସେହିପରି ବାଲୁଘାଟ ଠାରେ ଥିବା ମଳ ପରିଚାଳନା କେନ୍ଦ୍ରର ଦାୟିତ୍ବ ମଧ୍ୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ହାତରେ ଅର୍ପଣ କରାଯାଇଛି। ଆଜି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ଲାଣ୍ଟ ପରିଚାଳନା ପାଇଁ ମନୋନୀତ ଏସଏଚଜି ସହ ମହାନଗର ନିଗମ କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡା ଏମଓୟୁ ସ୍ଵାକ୍ଷର କରିଥିଲେ। କେବଳ ସେତିକି ନୁହଁ, ୬ ଟି ଆହାର କେନ୍ଦ୍ରର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ବି ଆଜି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ହାତରେ ଅର୍ପଣ କରାଯାଇଛି।

ଏହି ପଦକ୍ଷେପ ଫଳରେ କେବଳ ଯେ ମହିଳା ସଶକ୍ତିକରଣ ଲକ୍ଷ ପୂରଣ ହେବ ତା ନୁହଁ, ବରଂ ଲୋକେ ଉତ୍ତମ ସେବା ବି ପାଇପାରିବେ। ପୂର୍ବରୁ ୬ଟି ଗୋଷ୍ଠୀ ଶୌଚାଳୟ ର ପରିଚାଳନା ଦାୟିତ୍ବ ଏସଏଚଜି ଙ୍କୁ ଦିଆଯାଇଥିଲା ଏବଂ ସେମାନେ ସଫଳତାର ସହ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି। ତାହାକୁ ଆଧାର କରି ଏହି ନୂତନ ପଦକ୍ଷେପ ନିଆଯାଇଥିବା ମହାନଗର ନିଗମ କର୍ତ୍ତୃପକ୍ଷ କହିଛନ୍ତି। ଏହାଦ୍ୱାରା ଗୋଷ୍ଠୀ ଭାଗିଦାରିତା ଏବଂ ଦାୟିତ୍ୱବୋଧତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏବେ ମହାନଗର ନିଗମର ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ବେଳେ, ବେଶ ସଫଳତାର ସହ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି। ତେଣୁ ଏସବୁ କାର୍ୟ୍ୟକୁ ବି ସେମାନେ ବେଶ ସଫଳତାର ସହ କାର୍ୟ୍ୟକାରୀ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି କର୍ତ୍ତୃପକ୍ଷ।

ରାଉରକେଲା ବାସୀଙ୍କୁ ସର୍ବୋତ୍ତମ ସେବା ଯୋଗାଇଦେବା ଆମ ଲକ୍ଷ। ଏହି ଲକ୍ଷ ପୂରଣ କରିବା ଦିଗରେ ସମସ୍ତ କର୍ମଚାରୀ ଆହୁରି ଅଧିକ ପ୍ରୟାସ କରିବା ଲାଗି ଆଜି ଶପଥ ନେବା ଉଚିତ ବୋଲି କମିଶନର ଶ୍ରୀ ପରିଡା କହିଛନ୍ତି। ଏଥିସହିତ ସହରର ବିକାଶ ନିମନ୍ତେ ଜନସାଧାରଣଙ୍କ ସହଯୋଗ ନିତାନ୍ତ ଆବଶ୍ୟକ। ତେଣୁ ମହାନଗର ନିଗମର ସମସ୍ତ କାର୍ୟ୍ୟରେ ଜନସାଧାରଣ ବିଭିନ୍ନ ମାଧ୍ୟମରେ ପରାମର୍ଶ ଦେବା ସହ ସହଯୋଗ କରିବା ଲାଗି ଶ୍ରୀ ପରିଡା ମତବ୍ୟକ୍ତ କରିଛନ୍ତି। କରୋନା ମୁକାବିଲା ଦିଗରେ ମହାନଗର ନିଗମ ଯଥାସାଧ୍ୟ ଉଦ୍ୟମ କରି ଆସୁଛି। ସମସ୍ତ ଜନସାଧାରଣ କୋଭିଡ ଗାଇଡ଼ ଲାଇନ କୁ ମାନି ଚଳନ୍ତୁ। ସର୍ବଦା ମାସ୍କ ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖିବା ଲାଗି କମିଶନର ନିବେଦନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories