www.samajalive.in
Thursday, December 11, 2025
18.1 C
Bhubaneswar

ସ୍ବାୟତ ଶାସନ ଦିବସରେ ‘ଆମ ସହର’ ଓ ‘ସ୍ବଚ୍ଛ ସହର ଓଡ଼ିଶା’ ନାଗରିକ କେନ୍ଦ୍ରିକ ଆପ୍‌ ଆରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଲୋକସେବା ଭବନରେ ରାଜ୍ୟସ୍ତରୀୟ ସ୍ବାୟତ ଶାସନ ଦିବସ ପାଳନ ହୋଇଥିଲା। ଏହି ଅବସରରେ ‘ଆମ ସହର’ ଓ ‘ସ୍ବଚ୍ଛ ସହର ଓଡ଼ିଶା’ ନାମକ ଦୁଇଟି ନାଗରିକ କେନ୍ଦ୍ରିକ ମୋବାଇଲ୍‌ ଫୋନ୍ ଆପ୍ଲିକେସନ୍‌ ଆରମ୍ଭ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇଟି ଆପ୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି ଆପ୍ ଦୁଇଟି ଆପ୍‌ ସହାୟତାରେ ନଗରାଞ୍ଚଳ ପୌର ସଂସ୍ଥାଗୁଡ଼ିକ ଅନ୍‌ଲାଇନ୍ରେ ‘ୟୁଟିଲାଇଜେସନ୍ ସାର୍ଟିଫିକେଟ୍’ ଦାଖଲ କରିପାରିବେ। ଫଳରେ ଅର୍ଥନୈତିକ ପରିଚାଳନା କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ। କରୋନା ମହାମାରୀ ସମୟରେ ନଗରାଞ୍ଚଳ ଓ ପୌରାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ବର୍ଦ୍ଧିଷ୍ଣୁ ଆକାଙ୍‌କ୍ଷା ପୂରଣ କରିବାକୁ ନଗରାଞ୍ଚଳ ପୌରପାଳିକାମାନେ ଉତ୍ସର୍ଗୀକୃତ ଭାବେ କାମ କରିବାମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ସହରାଞ୍ଚଳର ପୌରପାଳିକାମାନଙ୍କର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ କରୋନା ମହାମାରୀ ସମୟରେ ପରିମଳ ଯୋଦ୍ଧାମାନଙ୍କର ନିରନ୍ତର ଏବଂ ଉତ୍ସର୍ଗୀକୃତ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ।
ନଗରାଞ୍ଚଳ ପରିମଳରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଭୂମିକାକୁ ପ୍ରଶଂସା କରିବା ସହିତ ରାଜ୍ୟର କେତେକ ନଗରାଞ୍ଚଳ ପୌରପାଳିକାରେ ୧୦୦ଟି ‘ଫଙ୍କ୍‌ସନାଲ୍‌ ମାଇକ୍ରୋ କମ୍ପୋଜିଟ୍‌ ସେଣ୍ଟର୍‌’ ଏବଂ ୫୦ଟି ‘ଫଙ୍କ୍‌ସନାଲ୍‌ ମ୍ୟାଟେରିଆଲ୍‌ ରିକଭରି ଫ୍ୟାସିଲିଟିଜ୍’କୁ ମୁଖ୍ୟମନ୍ତ୍ରୀ ଉତ୍ସର୍ଗ କରିଥିଲେ। ଏହାଛଡ଼ା ସେ ୫୧ ମଳ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବ୍ୟବସ୍ଥା ଯେମିତି ନିଶ୍ଚିତ ଭାବେ ସମସ୍ତ ସହର ଓ ନଗରରେ ବ୍ୟାପକ ‌କରାଯାଇ ପାରିବ ସେଥିପ୍ରତି ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରିମଳ ବ୍ୟବସ୍ଥାର ପରିଚାଳନା ଦାୟିତ୍ବକୁ ଗୋଷ୍ଠୀଭିତ୍ତିକ ସଙ୍ଗଠନ ଉପରେ ନ୍ୟସ୍ତ କରିବାକୁ ରାଜ୍ୟ ବରାବର ଉଦ୍ୟମ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ରାଉରକେଲା, ଅନଗୁଳ, ବାଲେଶ୍ବର ଏବଂ ଢେଙ୍କାନାଳ ପୌରପାଳିକାରେ ଥିବା ମିଶନ ଶକ୍ତି ଗ୍ରୁପ୍‌କୁ ଚାରୋଟି ‘ସେପ୍ଟେ‌ଜ୍ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌’ ପରିଚାଳନା ଓ ତତ୍ତ୍ବାବଧାନ ଦାୟିତ୍ବ ହସ୍ତାନ୍ତର କରିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories