www.samajalive.in
Monday, December 8, 2025
24.1 C
Bhubaneswar

ଆପଣଙ୍କୁ ରୁଟି ଖାଇବା ପସନ୍ଦ କି? ଜାଣନ୍ତୁ..

ସୁସ୍ଥ ଶରୀର ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ସଠିକ ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଏହାସହ ନିଜ ଖାଦ୍ୟ ପ୍ରତି ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେବା ସହ କେଉଁ ଖାଦ୍ୟକୁ କେତେ ପରିମାଣରେ ଖାଇବେ ଜାଣିବା ଉଚିତ୍‌‌।
ରୁଟି ବିନା ଖାଦ୍ୟ ଥାଳି ସମ୍ପୂର୍ଣ୍ଣ ନୁହେଁ ବୋଲି କୁହାଯାଏ। ରୁଟି ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରୁଟି ନଖାଇଲେ ଶାନ୍ତି ଅନୁଭବ ହୋଇନଥାଏ।
ଦେଶର ଅଧିକାଂଶ ସ୍ଥାନରେ ଦିନ ଓ ରାତିରେ ରୁଟି ଖାଇବାକୁ ପସନ୍ଦ କରିଥାଆନ୍ତି। ସେହିପରି ଅନେକଙ୍କ ଧାରଣା, ଭାତ ତୁଳନାରେ ରୁଟି ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ।
ଅନ୍ୟ ଖାଦ୍ୟ ଭଳି ରୁଟି ଖାଇବାର ମଧ୍ୟ ଗୋଟିଏ ସଠିକ୍‌‌ ସମୟ ରହିଛି। ତାହା ହୁଏତ ସଭିଏଁ ଜାଣିନଥିବେ। ସମସ୍ତ ସମୟରେ ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ।
ଗହମ ଅଟାରୁ ପ୍ରସ୍ତୁତ ଗୋଟିଏ ରୁଟିରେ ପ୍ରାୟ ୧୦୪ କ୍ୟାଲୋରୀ ରହିଥାଏ। ବିଶେଷଜ୍ଞଙ୍କ ମତାନୁଯାୟୀ, ଗୋଟିଏ ରୁଟିରେ ୧୫ ରୁ ୨୦ ଗ୍ରାମ କାର୍ବୋହାଇଡ୍ରେଟ ରହିଥାଏ।
ପୁରୁଷ ଓ ମହିଳାଙ୍କ ପାଇଁ ରୁଟିର ପରିମାଣ ଭିନ୍ନ। ଯେଉଁ ମହିଳାମାନେ ନିଜ ଖାଦ୍ୟରେ ଗୋଟିଏ ଦିନରେ ୧୪୦୦ କ୍ୟାଲୋରୀର ସେବନ କରନ୍ତି, ସେମାନେ ଗୋଟିଏ ଦିନରେ ୨ଟି ରୁଟି ସକାଳେ ଓ ୨ଟି ରୁଟି ରାତିରେ ଖାଇବା ଉଚିତ୍‌‌।
ସେହିଭଳି ଯେଉଁମାନଙ୍କ ଖାଦ୍ୟରେ ୧୭୦୦ କ୍ୟାଲେରୀ ,ସେମାନେ ଖରାବେଳ ଖାଦ୍ୟ ଓ ରାତିରେ ୩ଟି ଲେଖାଏଁ ରୁଟି ଖାଇପାରିବେ।
ରାତିରେ ଅଧିକ ରୁଟି ସେବନ କରିବା ଉଚିତ ନୁହେଁ। ରାତି ସମୟରେ ରୁଟି ଖାଉଥିଲେ ୨ଟି ରୁଟିରୁ ଅଧିକ ଖାଆନ୍ତୁ ନାହିଁ। ରୁଟି ଖାଇବା ପରେ କିଛି ସମୟ ଚାଲନ୍ତୁ। ରୁଟି ହଜମ ହେବା ପାଇଁ ନିର୍ଦ୍ଦିଷ୍ଟ ସମୟ ଲାଗିଥାଏ।
ଗ୍ୟାସରେ ରୁଟି ସିଧାସଳଖ ସେକନ୍ତୁ ନାହିଁ। ଏହାକୁ ତାୱା ଉପରେ ହିଁ କପଡା ଦ୍ୱାରା ପ୍ରସ୍ତୁତ କରନ୍ତୁ। ଗ୍ୟାସରେ ସିଧାସଳଖ ରୁଟି ସେକିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।
ଓଜନ ହ୍ରାସ ପାଇଁ ଇଚ୍ଛୁକ ଥିଲେ, ଗୋଟିଏ ଦିନରେ ୨ଟି ରୁଟି ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories