www.samajalive.in
Sunday, December 14, 2025
19.1 C
Bhubaneswar

୧୮ ହଜାର ରନ୍‌ କ୍ଲବ୍‌ରେ ରୋହିତ

ଲକ୍ଷ୍ନୌ  : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ରବିବାର ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ ପୂରଣ କରିଛନ୍ତି। ପଞ୍ଚମ ଭାରତୀୟ ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ସେ ୪୫୭ତମ ମ୍ୟାଚ୍‌ରେ ୪୭୭ଟି ଇନିଂସରୁ ୧୮ ହଜାର ରନ ପୂରଣ କରିଛନ୍ତି। ରବିବାର ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ବକପ ୧୩ତମ ସଂସ୍କରଣ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ରୋହିତ ୪୮ ରନ କରିବା ପରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ରୋହିତଙ୍କ ପୂର୍ବରୁ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର, ବିରାଟ କୋହଲି, ରାହୁଲ ଦ୍ରାବିଡ ଓ ସୌରଭ ଗାଙ୍ଗୁଲି ଏହି କ୍ଲବ୍‌ରେ ସାମିଲ ହୋଇସାରିଛନ୍ତି। ୩୪୩୫୭ ରନ୍‌ ସହ ସଚିନ୍‌, ୨୬୧୨୧ ରନ୍‌ ସହ କୋହଲି, ୨୪୨୦୮ ରନ୍‌ ସହ ଦ୍ରାବିଡ ଓ ୧୮୫୭୫ ରନ୍‌ ସହ ଗାଙ୍ଗୁଲି ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି। ରବିବାର ମ୍ୟାଚରେ ରୋହିତ ୮୭ ରନ କରି ଆଉଟ୍‌ ହୋଇଥିଲେ। ରୋହିତ ୫୨ଟି ଟେଷ୍ଟରେ ୧୦ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ସହ ୪୬.୫୪ ହାରରେ ​୩୬୭୭ ରନ କରିଥିବା ବେଳେ ୧୪୮ଟି ଟି୨୦ରେ ୪ଟି ଶତକ ଓ ୨୯ଟି ଅର୍ଦ୍ଧଶତକ ସହ ୩୧.୩୨ ହାରରେ ୩୮୫୩ ରନ୍‌ କରିଛନ୍ତି। ଏହାଛଡ଼ା ସେ ୨୫୭ଟି ଦିନିକିଆରେ​ ୩୧ଟି ଶତକ ଓ ୫୪ଟି ଅର୍ଦ୍ଧଶତକ ସହାୟତାରେ ୧୦୫୧୦ ରନ କରିଛନ୍ତି। ଏହି ଫର୍ମାଟ୍‌ରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌୪୯.୫୭ ରହିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରୋହିତ ୪୩.୫୭ ହାରରେ ଓ ୮୬.୭୧ ଷ୍ଟ୍ରାଇକ୍‌ ରେଟ୍‌ରେ ୧୮ ହଜାରରୁ ଊର୍ଦ୍ଧ୍ବ ରନ୍‌ କରିଛନ୍ତି। ଏଥିରେ ୪୫ଟି ଶତକ ଓ ୯୯ଟି ଅର୍ଦ୍ଧଶତକ ସାମିଲ୍‌ ରହିଛି। ଅନ୍ୟପକ୍ଷରେ ଲକ୍ଷ୍ନୌରେ ରୋହିତ ଶର୍ମା ଅଧିନାୟକ ଭାବେ ତାଙ୍କର ୧୦୦ତମ ମ୍ୟାଚ୍‌ ଖେଳିଥିଲେ। ସୂଚନାଯୋଗ୍ୟ ​ ଚଳିତ ବିଶ୍ବକପ୍‌ରେ ଅଦ୍ୟାବଧି ୬ଟି ମ୍ୟାଚ୍‌ ଖେଳିସାରିଥିବା ରୋହିତ ୬୬.୩୩ ହାରରେ ୩୯୮ ରନ୍‌ କରିସାରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୨ଟ ଅର୍ଦ୍ଧଶତକ ରହିଥିବା ବେଳେ‌ ରୋହିତ ସର୍ବାଧିକ ରନ୍‌ ସ୍କୋରର୍‌ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି।
ସେହିପରି ରୋହିତ ରବିବାର ମ୍ୟାଚ୍‌ରେ ଚଳିତ କ୍ୟାଲେଣ୍ଡର୍‌ ବର୍ଷରେ ୧୦୦୦ ରନ୍‌ ପୂରଣ କରିଛନ୍ତି। ଏ କ୍ଷେତ୍ରରେ ସେ ପ୍ରଥମ ଅଧିନାୟକ ମଧ୍ୟ ହୋଇପାରିଛନ୍ତି। ଏହା ପୂର୍ବରୁ ଚଳିତ କ୍ୟାଲେଣ୍ଡର୍‌ ବର୍ଷରେ ରୋହିତଙ୍କ ଓପନିଂ ଯୋଡ଼ିଦାର ଶୁବମାନ ଗିଲ୍‌ ଓ ଶ୍ରୀଲଙ୍କା ଓପନର୍‌ ପାଥୁମ୍‌ ନିଶଙ୍କା ମଧ୍ୟ ହଜାରେ ରନ୍‌ ପୂରଣ କରିସାରିଛନ୍ତି। ତା’ଛଡ଼ା ରୋହିତ ପ୍ରଥମ ଭାରତୀୟ ଭାବେ ଗୋଟିଏ କ୍ୟାଲେଣ୍ଡର୍‌ ବର୍ଷରେ ୫୦ଟି ଛକା ଲଗାଇବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories