www.samajalive.in
Sunday, December 14, 2025
26.1 C
Bhubaneswar

କୋହଲିଙ୍କ ସହ ସମକକ୍ଷ ହେଲେ ଓପ୍‌ନର ରୋହିତ ଶର୍ମା

ମାଞ୍ଚେଷ୍ଟର: ରବିବାର ଚଳିତ କ୍ରିକେଟ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି ଭାରତୀୟ ଓପ୍‌ନର ରୋହିତ ଶର୍ମା। ଏପରି କରି ଅଧିନାୟକ ବିରାଟ କୋହଲିଙ୍କ ସହ ସମକକ୍ଷ ହୋଇଛନ୍ତି ରୋହିତ। ପୂର୍ବରୁ ଏକମାତ୍ର ଭାରତୀୟ ବ୍ୟାଟ୍‌ସମ୍ୟାନ ଭାବେ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ ଶତକ ମାରିଥିଲେ କୋହଲି। ୨୦୧୫ ବିଶ୍ୱକପ୍‌ରେ କୋହଲି ଆଡିଲେଡ୍‌ରେ ପାକିସ୍ତାନ ବିପକ୍ଷରେ ୧୦୭ ରନ୍‌ର ଇନିଂସ ଖେଳିଥିଲେ। ୨୦୧୫ ପୂର୍ବରୁ ୫ଟି ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମୁକାବିଲା ହୋଇଥିବା ବେଳେ ଭାରତ ସମସ୍ତ ମ୍ୟାଚ୍ ଜିତିଥିଲା। ତେବେ କୌଣସି ଭାରତୀୟ ଶତକ ହାସଲ କରି ପାରିନଥିଲେ।

୨୦୦୩ ବିଶ୍ୱକପ୍‌ରେ ସେଞ୍ଚୁରିଅନ୍‌ରେ ପାକିସ୍ତାନ ବିପକ୍ଷରେ ସଚିନ ତେନ୍ଦୁଲକର ୯୮ ରନ୍ କରିଥିଲେ; ଯାହା କୋହଲିଙ୍କ ଶତକ ପୂର୍ବରୁ ପାକିସ୍ତାନ ବିପକ୍ଷରେ ଭାରତୀୟଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ଥିଲା। ରବିବାର ମ୍ୟାଚ୍‌ରେ ରୋହିତ ୧୧୩ ବଲ୍‌ରୁ ୩ଟି ଛକା ଓ ୧୪ଟି ଚୌକା ସହ ୧୪୦ ରନ୍ କରିଥିଲେ। କୋହଲିଙ୍କ ପରେ ୨ୟ ଭାରତୀୟ ଭାବେ ରୋହିତ ପାକିସ୍ତାନ ବିପକ୍ଷରେ ଶତକ ମାରି ତାଙ୍କ ଅଧିନାୟକଙ୍କ ସହ ସମକକ୍ଷ ହୋଇଛନ୍ତି ଏବଂ କୋହଲିଙ୍କୁ ଟପି ପାକିସ୍ତାନ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ହୋଇ ପାରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories