www.samajalive.in
Friday, December 5, 2025
19.1 C
Bhubaneswar

ଟେନିସରୁ ଅବସର ନେଲେ ବୋପାନ୍ନା

ସମାଜ ଡିଜିଟାଲ ଡେସ୍କ: ଭାରତର ତାରକା ଟେନିସ ଖେଳାଳି ରୋହନ ବୋପାନ୍ନା ନିଜର ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭାବବିହ୍ବଳପୂର୍ଣ୍ଣ ପୋଷ୍ଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଫଳରେ ବୋପାନ୍ନାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଏକପ୍ରକାର ନିରାଶା ଦେଖିବାକୁ ମିଳିଛି।

ବୋପାନ୍ନା ନିଜ ପୋଷ୍ଟରେ ଲେଖିଛନ୍ତି, ‘ଏକ ବିଦାୟ, କିନ୍ତୁ ଶେଷ ନୁହେଁ। ଏଭଳି ସମୟରେ ବିଦାୟ ନେବା ବହୁତ କଷ୍ଟକର ହେଉଛି, ଯାହା ଆପଣଙ୍କ ଜୀବନକୁ ସାର୍ଥକ ବନାଇଥାଏ। ୨୦ ଅବିସ୍ମରଣୀୟ ବର୍ଷ ପରେ ଏବେ ସମୟ ଆସିଯାଇଛି। ଆନୁଷ୍ଠାନିକ ଭାବେ ସେ ଟେନିସରୁ ସନ୍ନ୍ୟାସ ଘୋଷଣା କରୁଛନ୍ତି। ଏହା ଲେଖିବା ସମୟରେ ମୋ ହୃଦୟ ଅତ୍ୟନ୍ତ ଭାରି ଲାଗୁଛି ଏବଂ ସମସ୍ତଙ୍କ ପ୍ରତି ଆଭାରୀ ମଧ୍ୟ। ଏସବୁ ଏକ ସ୍ଵପ୍ନ ଭଳି ଲାଗୁଛି ବୋଲି ସେ ଲେଖିଛନ୍ତି।’

- Advertisement -

୪୫ ବର୍ଷୀୟ ବୋପାନ୍ନା ଚଳିତବର୍ଷ ପ୍ୟାରିସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ଶେଷ ଥର ପାଇଁ ଖେଳିଥିଲେ। ଏହି ମ୍ୟାଚରେ ସେ ଆଲେକଜାଣ୍ଡର ବୁବ୍ଲିକଙ୍କ ସହିତ ମିଳିତ ଭାବେ ଖେଳିଥିଲେ। ଏହି ଯୋଡ଼ିକୁ ପିୟର୍ସ ଏବଂ ଜେମ୍ସ ଟ୍ରେସୀ ୫-୭, ୬-୨ ଏବଂ ୧୦-୮ରେ ପରାସ୍ତ କରିଥିଲେ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories