ନୂଆଦିଲ୍ଲୀ : ରୁଷିଆ ଏବଂ ଆମେରିକାର ଦୁଇ ମହାକାଶ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍କୁ ଯାଉଥିବା ଏକ ବୁଷ୍ଟର ରକେଟ୍ ଇଞ୍ଜିନ୍ ଗୁରୁବାର ମଝି ଆକାଶରେ ଖରାପ ହୋଇଯିବାରୁ ଉଭୟ ମହାକାଶ ଯାତ୍ରୀଙ୍କୁ ଜରୁରୀ ଅବତରଣ କରିବାକୁ ପଡ଼ିଛି। ଉଭୟ ମହାକାଶ ଯାତ୍ରୀ ସୁରକ୍ଷିତ ଅଛନ୍ତି ଓ ରେଡିଓ ସହ ସମ୍ପର୍କରେ ଅଛନ୍ତି ବୋଲି ଆମେରିକା ମହାକାଶ ଗବେଷଣା ପ୍ରତିଷ୍ଠାନା (ନାସା) ପକ୍ଷରୁ କୁହାଯାଇଛି। ସେମାନେ ଭୂପୃଷ୍ଠରେ କେଉଁଠି ଓହ୍ଲାଇବେ ତାହା ଅନୁମାନ କରାଯାଇ ଉଦ୍ଧାରକାରୀ ଦଳଙ୍କୁ ସେଠାକୁ ପଠାଯାଇଛି ବୋଲି ସୂଚନା ଦିଆଯାଇଛି। ବୁଷ୍ଟର ରକେଟରେ ଆମେରିକା ମହାକାଶ ଯାତ୍ରୀ ନିକି ହାଗୁଇ ଏବଂ ରୁଷିଆର ଆଲେକ୍ସି ଓଭିଚିନ୍ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍କୁ ଯାଉଥିଲେ। କାଜାକସ୍ତାନର ବାଇକୋନୁ କସମୋ ଡ୍ରୋମ୍ରୁ ଗୁରୁବାର ଏହି ବୁଷ୍ଟର ରକେଟ୍କୁ ଉତକ୍ଷେପଣ କରାଯାଇଥିଲା। ଉତକ୍ଷେପଣର ମାତ୍ର କିଛି ସମୟ ପରେ ରକେଟ୍ର ଇଞ୍ଜିନରେ ତ୍ରୁଟି ଦେଖାଦେବା ସହ କାମ କରିବା ବନ୍ଦ କରିଦେଇଥିଲା। ଫଳରେ ଉଭୟ ମହାକାଶ ଯାତ୍ରୀଙ୍କୁ ଜରୁରୀ ଅବତରଣ କରିବାକୁ ପଡ଼ିଛି। ରକେଟ୍ ଭିତରୁ ଉତ୍ତୋଳିତ ଭିଡ଼ିଓ ଫୁଟେଜ୍ରୁ ଉଭୟ ମହାକାଶ ଯାତ୍ରୀ ଭୟଭୀତ ଥିବା ଜଣାପଡୁଥିଲା। ଉତକ୍ଷେପଣର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିଲା ଓ ସଫଳତାର ସହ ଉଡ଼ାଣ ଆରମ୍ଭ କରିଥିଲା। ତେଣୁ ବହୁ ଉଚ୍ଚରେ ଇଞ୍ଜିନ୍ କାର୍ଯ୍ୟ ବନ୍ଦ ହୋଇଥିବା ଅନୁମାନ କରାଯାଉଛି।
ମହାକାଶ ଯାତ୍ରୀଙ୍କୁ ନେଇ ସ୍ପେସ୍ ସେଣ୍ଟର ଯାଉଥିବା ରକେଟ୍ ଇଞ୍ଜିନରେ ଦେଖାଗଲା ତ୍ରୁଟି, ଜରୁରୀ ଅବତରଣ
Popular Categories



