ଦିଲ୍ଲୀର ସଫଦରଜଙ୍ଗ୍ ହସ୍ପିଟାଲରେ ରୋବଟିକ୍ ସର୍ଜରୀ ସେବାର ଶୁଭାରମ୍ଭ
ଗରିବ ରୋଗୀମାନଙ୍କୁ ମିଳିବ ମାଗଣା ସେବା
ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ନୂଆଦିଲ୍ଲୀ ସ୍ଥିତ ସଫଦରଜଙ୍ଗ୍ ହସ୍ପିଟାଲରେ ରୋବଟିକ୍ ସର୍ଜରୀ ସେବାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଅତ୍ୟାଧୁନିକ ସୁବିଧାଥିବା ଏହି ବ୍ୟବସ୍ଥାରେ ୟୁରୋ ଅଙ୍କୋଲୋଜିକାଲ କ୍ୟାନସର, ପ୍ରୋଷ୍ଟେଟ୍, କିଡ୍ନୀ, ବ୍ଲାଡର କ୍ୟାନସର,କିଡ୍ନୀ ଅକାମୀ ଥିବା ଗରିବ ରୋଗୀମାନଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯିବ। ସେହିପରି ଜଟିଳ ଅସୁସ୍ଥତା, କ୍ୟାନସର ଏବଂ କିଡ୍ନୀ ଅକାମୀ ଥିବା ରୋଗୀମାନଙ୍କର ଅସ୍ତ୍ରୋପ୍ରଚାର ଓ ଚିକିତ୍ସା କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଏହା ମାଧ୍ୟମରେ କମ୍ ସମୟରେ ଅଧିକ ରୋଗୀଙ୍କୁ ଅସ୍ତ୍ରୋପ୍ରଚାର କରାଯାଇ ପାରିବ। ଏହି ସେବା ଦ୍ୱାରା ଦୀର୍ଘ ଦିନ ଧରି ଅସ୍ତ୍ରୋପ୍ରଚାର ପାଇଁ ଅପେକ୍ଷା କରୁଥିବା ରୋଗୀମାନଙ୍କର ତାଲିକା ହ୍ରାସ ପାଇବ।
ରୋବଟିକ୍ ସିଷ୍ଟମ୍ ବ୍ୟବହାର କରି ପ୍ରୋଷ୍ଟେଟ୍, କିଡ୍ନୀ, ବ୍ଲାଡର କ୍ୟାନସର ଆଦି ୨୫ଟି ଅସ୍ତ୍ରୋପ୍ରଚାର କରାଯାଇଥିବା ଜଣାପଡ଼ିଛି।
ସେହିପରି ଯୁବ ଡାକ୍ତରମାନଙ୍କ ପାଇଁ ଏକ ଜାତୀୟ ରୋବୋଟିକ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି।
Comments are closed.