ଉଦଳା: ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଉଦଳା କପ୍ତିପଦାରେ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଡିଓ ସିଦ୍ଧେଶ୍ବର ନାଏକଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୂତାବକ ମଙ୍ଗଳବାର ସିଦ୍ଧେଶ୍ବର ନିଜ ପତ୍ନୀଙ୍କ ଚିକିତ୍ସା ଲାଗି ଭୁବନେଶ୍ବର ଯାଇଥିଲେ । ଏହାର ସୁଯୋଗ ନେଇ କିଛି ଲୁଟେରା ବିଳମ୍ବିତ ରାତିରେ ବିଡିଓଙ୍କ ବାସଭବନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ କିଛି ଟଙ୍କା ଲୁଟିନେଇଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏ ନେଇ ସିଦ୍ଧେଶ୍ବର କପ୍ତିପଦା ପୁଲିସକୁ ଖବର ଦେଇଥିଲେ। ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Popular Categories



