BJD Bijuli 480×75 Mob

ଗ୍ରାହକଙ୍କୁ ଝଟକା ; କାର୍‌‌ ଦାମ୍‌‌ ବଢାଇଲା ମାରୁତି ସୁଜୁକି

BJD Bijuli 480×75 Mob

ନୂଆଦିଲ୍ଲୀ : ଏବେ କାର୍‌‌ କିଣିବା ପଡିବ ମହଙ୍ଗା। ମାରୁତି ଗ୍ରାହକଙ୍କୁ ଏକ ବଡ ଝଟକା ଦେଇଛି। ଦେଶର ଏକ ବଡ କାର ନିର୍ମାତା କମ୍ପାନୀ ଭାବେ ଜଣାଶୁଣା ମାରୁତି ସୁଜୁକି ନୂଆ ବର୍ଷର ଆରମ୍ଭରେ କାର୍‌‌ ମୂଲ୍ୟ ବୃଦ୍ଧି କରି ଗ୍ରାହକଙ୍କୁ ଝଟକା ଦେଇଛି। କମ୍ପାନୀ କାର୍‌‌ର ଦାମ୍‌‌ ବଦଳାଇ ଏଥିରେ ବୃଦ୍ଧି କରିଛି। ମାରୁତି ସୁଜୁକି ଘୋଷଣା କରିଛି ଯେ, କାର୍‌‌ ଗୁଡିକର ମୂଲ୍ୟ ପ୍ରାୟ ୦.୪୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଯାହା ୧୬ ଜାନୁଆରୀରୁ ଲାଗୁ କରାଯାଇଛି। କମ୍ପାନୀ ଦ୍ୱାରା ବୃଦ୍ଧି କରାଯାଇଥିବା ଦାମ୍‌‌ ଭିନ୍ନ ଭିନ୍ନ ମଡେଲ୍‌‌ର ଆଧାରରେ ଭିନ୍ନ ଅଟେ। ମାତ୍ର କୁହାଯାଉଛି ଏହି ଦାମ୍‌‌ ବୃଦ୍ଧି ସାମାନ୍ୟ। ଏହାର ପ୍ରଭାବ ଗାଡି ଗୁଡିକର ଏକ୍ସ-ଶୋ’ରୁମ୍‌‌ ମୂଲ୍ୟ ଉପରେ ପଡିବ। କମ୍ପାନୀ ଗତ ବର୍ଷ ନଭେମ୍ବର ମାସରେ ଏହା ଘୋଷଣା କରିଥିଲା ଯେ, ଜାନୁଆରୀ-୨୪ରୁ ମୂଲ୍ୟରେ ବୃଦ୍ଧି କରାଯିବ। ଗାଡି ଗୁଡିକର ବିକ୍ରି ତଥ୍ୟ ଦେଖାଗଲେ ଗତ ଡିସେମ୍ବର ମାସରେ ମାରୁତି ସୁଜୁକି ଘରୋଇ ବଜାରରେ ପ୍ରାୟ ୧,୦୪,୭୭୮ ୟୁନିଟ୍‌‌ସ ଗାଡି ଗୁଡିକର ବିକ୍ରି କରିଛି। ଯାହା ଡିସେମ୍ବର-୨୨ ତୁଳନାରେ ୬.୪୫% କମ ଥିଲା। ଚଳିତ ବର୍ଷ ମାରୁତି ସୁଜୁକି ଅନେକ ପ୍ରସ୍ତୁତି ସହ ସାମ୍ନାକୁ ଆସିଛି। କମ୍ପାନୀ ଏହି ବର୍ଷ ନିଜର ପ୍ରଥମ ଇଲେକ୍ଟ୍ରୋନିକ୍‌‌ କାର୍‌‌ ମାରୁତି ଇଭିଏକ୍ସକୁ ଲଞ୍ଚ କରିବାକୁ ଯାଉଛି,ଯାହାକି ସିଙ୍ଗଲ୍‌‌ ଚାର୍ଜରେ ପ୍ରାୟ ୫୦୦ କିମି ଯାତ୍ରା କରି ହେବ। ଏହା ବ୍ୟତୀତ ମାରୁତି ସୁଜୁକି ସୁଇଫ୍ଟ ଆଗାମୀ ମଡେଲରକୁ ମଧ୍ୟ ଲୋକେ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହାସହ ଅନ୍ୟ କେତେକ ମଡେଲ ମଧ୍ୟ ସାମିଲ ହୋଇଛି ଯାହା ଆଗକୁ ବଜାରକୁ ଆସିବ।

Comments are closed.