www.samajalive.in
Saturday, December 6, 2025
26.1 C
Bhubaneswar

ରୋଷ୍ଟେଡ୍‍ ଚିକେନ ମସଲା

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ପିଆଜ – ୨ଟି
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ଲୁଣ – ଆବଶ୍ୟକ ଅନୁଯାୟୀ
ଅଦା ରସୁଣ ବଟା – ୪ଚାମଚ
କଞ୍ଚା ଲଙ୍କା – ୪ଟି
ତେଲ – ଆବଶ୍ୟକ ଅନୁଯାୟୀ
ପେଷା ଟମାଟୋ – ୧କପ
ଗରମ ମସଲା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଲୁଣ, ଲେମ୍ବୁ ରସ, ଜିରା ଗୁଣ୍ଡ, ଅଦା ରସୁଣ ବଟା ଭଲ ଭାବେ ମିଶାଇ ୧ ଘଣ୍ଟା ରଖି ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ କଟା ପିଆଜକୁ ପକାଇ ଭଲ ଭାବେ ଭାଜନ୍ତୁ। ଭାଜି ହୋଇଗଲେ ପିଆଜକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଏହି ତେଲରେ ଗୋଳାଇ ରଖିଥିବା ଚିକେନକୁ ପକାଇ ଭଲ ଭାବେ ଭାଜନ୍ତୁ। ଚିକେନ ଭାଜି ହୋଇଗଲେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏହାପରେ ପୁଣି ଗ୍ୟାସରେ ଆଉ ଏକ ପାତ୍ର ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ପିଆଜ, କଞ୍ଚା ଲଙ୍କା, ପେଷା ଟମାଟୋ, ଲୁଣ ପକାଇ କଷନ୍ତୁ। କଷିବା ପରେ ପୂର୍ବରୁ ପ୍ରସ୍ତୁତ ଚିକେନ, ଗରମ ମସଲା ସାମନ୍ୟ ପାଣି ଦେଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ପରେ ଏହାକୁ ଗ୍ୟାସରୁ ଏକ ପାତ୍ରକୁ କାଢି କଟା ଧନିଆପତ୍ର, ଭଜା ପିଆଜ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରୋଷ୍ଟେଡ୍‍ ଚିକେନ ମସଲା ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories