www.samajalive.in
Saturday, December 6, 2025
26.1 C
Bhubaneswar

ଗ୍ରାମସାଥିଙ୍କ ଇଚ୍ଛାରେ ଚାଲିଛି ରାସ୍ତାକାମ, ବନୀକରଣ ଜମିରୁ ମେସିନ ତାଡୁଛି ମାଟି

ପାଟଣା : ଗ୍ରାମାଂଚଳରେ ଶ୍ରମଜୀବୀମାନଙ୍କୁ କାମ ଯୋଗାଇବା ପାଇଁ ଲକଡାଉନ ସମୟରେ ମନରେଗା ଯୋଜନାରେ ବ୍ଲକ ମାନଙ୍କୁ ଦୁଇ ଗୁଣ ଅର୍ଥ ପ୍ରଦାନ କରାଯାଇଥିବା ବେଳେ କେତେକ ପଂଚାୟତରେ ମନରେଗା ଉନ୍ନୟନ ଯୋଜନା ପରିଚାଳନା କରୁଥିବା ପଂଚାୟତ ଗ୍ରାମ ରୋଜଗାର ସେବକ ଓ ଗ୍ରାମସାଥି ମାନଙ୍କ ଇଚ୍ଛାରେ ଉନ୍ନୟନ କାମ ହେଉଥିବା ଅଭିଯୋଗ ହୋଇଛି। ପାଟଣା ବ୍ଲକ ଚେମଣା ପଂଚାୟତ ସରାସପଶି ଗ୍ରାମରେ ମନରେଗା ଯୋଜନାରେ ସରାସପଶି ଠାରୁ ନେଉଳଯୋଡି ନାଳ ପର୍ଯ୍ୟନ୍ତ ମାଟି ମୋରମ ରାସ୍ତା ନିର୍ମାଣ କରାଯାଉଥିବା ବେଳେ କାମଟି ୧୦ ଲକ୍ଷ ଟଙ୍କାର ସରକାରୀ ଅନୁଦାନରେ କରାଯାଉଛି। ତେବେ ଉନ୍ନୟନ କାମ ପାଇଁ ଶ୍ରମଜୀବୀମାନଙ୍କ ବଦଳରେ ମେସିନ କାମ କରୁଥିବା ଦେଖାଯାଉଛି। ଏପରିକି ସରକାରୀ ଜାଗାରେ ସାମାଜିକ ବନୀକରଣ ଇଉକାଲି ପଟାସ ଜଙ୍ଗଲକୁ ନଷ୍ଟଭ୍ରଷ୍ଟ କରି ସେଠାରେ ମେସିନ ଲଗାଯାଇ ମାଟି ତାଡି ଟ୍ରାକ୍ଟରରେ ନେଇ ରାସ୍ତାରେ ପକାଯାଉଛି । ଯାହା ଫଳରେ ଜଙ୍ଗଲ ନଷ୍ଟ ହେବା ସହ ଶ୍ରମଜୀବୀମାନେ ପ୍ରକୃତ ପକ୍ଷେ କାମ ପାଉନାହାଁନ୍ତି। ପଂଚାୟତ ଏହି କାମଟି କରୁଥିବାରୁ ଅନିୟମିତତା ପାଇଁ ସରପଂଚଙ୍କ ଠାରୁ ଆରମ୍ଭ କରି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବକ ଓ ମେଟ ମାନଙ୍କ ଭୂମିକା ସମ୍ପର୍କରେ ତଦନ୍ତ କରାଯାଇ ବେଆଇନ କାମ ଉପରେ ଅଙ୍କୁଶ ଲଗାଇବାକୁ ଦାବି ହୋଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories