www.samajalive.in
Saturday, December 6, 2025
26.1 C
Bhubaneswar

ମରଣଯନ୍ତା ପାଲଟିଛି ଅକ୍ଷୟ ପଟ୍ଟନାୟକ ମାର୍ଗ

ବାଙ୍କୀ : ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅକ୍ଷୟ ପଟ୍ଟନାୟକ ମାର୍ଗ ଏବେ ମରଣଯନ୍ତା ପାଲଟିଛି। ଦୀର୍ଘ ଦିନ ଧରି ଏହି ରାସ୍ତାଟି ବିପର୍ଯ୍ୟସ୍ତ ହୋଇଥିଲେ ମଧ୍ୟ ପ୍ରଶାସନିକ ଅଣଦେଖା କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା-ବାଙ୍କୀ ମୁଖ୍ୟ ରାସ୍ତା ଠାରୁ ଏହି ରାସ୍ତାଟି ବାଙ୍କୀ-ବୈଦେଶ୍ୱର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଛି। ଏହି ପାଶ୍ୱର୍ରେ ରହିଛି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର। ଦୈନିକ ଶହଶହ ଛାତ୍ର ଛାତ୍ରୀ ଏହି ଏହି ରାସ୍ତାରେ ବିଦ୍ୟାଳୟକୁ ଯିବା ସମୟରେ ଖାଲରେ ପଡି ବିପଦ ଶଙ୍କୁଳ ପରିସ୍ଥିତିକୁ ସାମନା କରୁଛନ୍ତି।

ସେହିପରି ଏହି ରାସ୍ତାଟି ଦେଇ ଦୈନିକ ବାଙ୍କୀ ମହାବିଦ୍ୟାଳୟ,ରାଣୀ ଶୁକଦେଈ ମହିଳା ମହାବିଦ୍ୟାଳୟକୁ ବିଦ୍ୟାର୍ଥିଙ୍କ ଗମନା ଗମନ ବାଧା ଉପୁଜୁଛି। ବାଙ୍କୀ ଏନ.ଏ.ସି ଦ୍ୱାରା ପରିଚାଳିତ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ଏଭଳି ବିପଦଜନକ ରାସ୍ତାର ଅବସ୍ଥା ନେଇ କର୍ତ୍ତୃପକ୍ଷ ଦୃଷ୍ଟି ନଦେବା ଦୁଃଖର ବିଷୟ ବୋଲି ଅଞ୍ଚଳବାସୀ କହିଛନ୍ତି। ରାସ୍ତାର ଉଭୟ ପାଶ୍ୱର୍ରେ ଦୁଇଟି ଖୋଲା କୁଣ୍ଡ ପରି ସ୍ଥାନ ଅଧିକ ବିପଦ ସଙ୍କୁଳ ପରିସ୍ଥିତି ବଢାଇବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ହେତୁ ନିର୍ମାଣରେ ଏନ.ଏ.ସି କର୍ତ୍ତୃପକ୍ଷ ମନଦେଉନଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ଯଥାଶୀଘ୍ର ରାସ୍ତାଟିକୁ ପୁନଃ ନିର୍ମାଣ କରାଯିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories