ରାସ୍ତା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖମାରପଦର ଗ୍ରାମବାସୀ

କଲମପୁର : ଅଧା ରାସ୍ତାରେ ଅଟକିଲା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଚାଲିଥିବା ରାସ୍ତା କାମ। ଦୀର୍ଘ ଦିନର ଅପେକ୍ଷା ପରେ ମଧ୍ୟ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଭବାନିପାଟଣା ଗ୍ରାମ ଉନ୍ନୟନ ବିଭାଜନ ନିରବ। ଅନ୍ୟପଟେ ଏହି ରାସ୍ତା କାମ ମହୁଲପାଟଣାଠାରୁ ଖମାରପଦର ୭ କିଲୋମିଟର ନିର୍ମାଣ ହେବା ନେଇ ସୁଚନା ଦିଆଯାଇଥିଲା। କିନ୍ତୁ ପ୍ରାୟ ୪ କିଲୋମିଟର ରାସ୍ତା କାମ ନିର୍ମାଣ ହେବା ପରେ ଏହି କାମ ବନ୍ଦ ହେଇଯାଇଛି। ଏହାସହ ବିଜୁ ସେତୁ ଯୋଜନାରେ ବଣ୍ଡାବାଗ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ଯୋଜନାରୁ ବାକିଥିବା ୩ କିଲୋମିଟର ରାସ୍ତା ନିର୍ମାଣ କରିବା ପାଇଁ ପାଡେପଦର ସରପଂଚ ସମ୍ବାରୀ ମାଝୀ, ସମିତି ସଭ୍ୟ ମୋହନ କୁମାର ସାଗର, ପୂର୍ବତନ ନାଏବ ସରପଂଚ ମହେଶ୍ୱର ସାଗର, ସଲମାନ ନାଏକ, ରମେଶ ଚନ୍ଦ୍ର ନାଏକ, ମନୋଜ କୁମାର ସାଗର ମାଥିଉ ନାଏକ, ରାଜେନ୍ଦ୍ର ନାଏକ ଓ ହେବଲ ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଅଂଚଳର ଲୋକପ୍ରତିନିଧିମାନେ ସୋମବାର ଜିଲ୍ଲାପାଳଙ୍କୁ ସକ୍ଷାତ ପାଇଁ ଯାଇଥିଲେ। କିନ୍ତୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କୁ ସାକ୍ଷାତ କରି ରାସ୍ତା ନିର୍ମାଣର ବ୍ୟବସ୍ଥା କରାଇବା ପାଇଁ ଅନୁରୋଧ କରିଥିଲେ।

prayash

ସୂଚନାଯୋଗ୍ୟଯେ, ଏହି ରାସ୍ତା ନିର୍ମାଣ ହେଲେ ଖାମାରପଦର ସମେତ ଭୁତଗୁଡା, ଦୁରେଶପଦର, ଚିକନଗୁଡା, ଭାଟିପାସ ଆଦି ଗ୍ରାମର ପ୍ରାୟ ୨୫ଶହ ଲୋକ ଯାତାୟତର ସୁବିଧା ପାଇ ପାରିବେ। ତେଣୁ ଏହି ରାସ୍ତା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବାପାଇଁ ଅଂଚଳବାସୀ ନିବେଦନ କରିଛନ୍ତି। ଅନ୍ୟପଟେ ଅଧାରେ ଅଟକି ଥିବା ରାସ୍ତା କାମର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଂଚଳବାସୀ ଦାବି କରିଛନ୍ତି।

 

kalyan agarbati

Comments are closed.