www.samajalive.in
Friday, December 12, 2025
27.1 C
Bhubaneswar

ନିମ୍ନମାନର ରାସ୍ତାକାମ – ମରାମତି ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ

ବଲାଙ୍ଗିର: ବର୍ଷକ ତଳେ ନିର୍ମିତ ମଲମୁଣ୍ଡା-କୁର୍ଲୁପାଲି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ମଲମୁଣ୍ଡା ଗ୍ରାମପଞ୍ଚାୟତର କୁର୍ଲୁପାଲି ଗାଁକୁ ବର୍ଷକ ତଳେ ତିଆରି ହୋଇଥିବା ରାସ୍ତାର ନିମ୍ନମାନର କାମ ଯୋଗୁଁ ରାସ୍ତା ମଝିରେ ଲମ୍ବାଫାଟ ସୃଷ୍ଟି ହୋଇଥିବା ବେଳେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସେହିପରି ପିଚୁ ହୋଇଥିବା ଭାଗର ଅବସ୍ଥା ନ କହିବା ଭଲ। ରାସ୍ତା ଉପରୁ ପିଚୁ ଉଠି ଯାଇଥିବା ବେଳେ ଗେଟି ଓ ମେଟାଲ ବାହାରକୁ ବାହାରି ପଡିଛି। ରାସ୍ତା ନିର୍ମାଣରେ ଠିକାଦାର ନିମ୍ନମାନର ନିର୍ମାଣ କାମ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କ କଥା ବିଭାଗୀୟ ଯନ୍ତ୍ରୀ ଓ ସଂପୃକ୍ତ ଠିକାଦାର ଶୁଣିନଥିଲେ।

୧କୋଟି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି ରାସ୍ତାର ନିର୍ମାଣ କାମ ଗତ ବର୍ଷ ଏପ୍ରିଲ୍‍ ମାସରେ ସଂପୂର୍ଣ୍ଣ ହୋଇଥିଲା। ତେବେ ବର୍ତମାନ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ଏଥିପାଇଁ ୫ ବର୍ଷ ପର୍ଯ୍ୟନ୍ତ ରାସ୍ତାର ମରାମତି ପାଇଁ ଠିକାଦାର ଙ୍ ସହ ଚୁକ୍ତି ରହିଥିବାରୁ ରାସ୍ତାର ମରାମତି ପାଇଁ ତାଙ୍କୁ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଥିବା କହିଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ. ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ। ତେବେ ବିଭାଗୀୟ ଯନ୍ତ୍ରୀ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇ ଏହା ସ୍ପଷ୍ଟ କରିଛନ୍ତି ଯେ ରାସ୍ତାକାମ ନିମ୍ନମାନର ହୋଇଛି। ଜିଲା ପ୍ରଶାସନ ହସ୍ତକ୍ଷେପ କରିବା ସହିତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories