www.samajalive.in
Saturday, December 6, 2025
19.1 C
Bhubaneswar

ପାଣି ପାଇଁ ମହିଳାଙ୍କ ରାସ୍ତାରୋକ : ଦାବି ପୂରଣ ନହେଲେ ରାସ୍ତାରୁ ନହଟିବା ପାଇଁ ଚେତାବନୀ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅଧିନ ଦୁର୍ଗାପୁର ପଞ୍ଚାୟତର ଭେଡା ରାମଚନ୍ଦ୍ରପୁର ଗ୍ରାମ ଦୀର୍ଘ ଦିନ ହେବ ପାନୀୟ ଜଳ ସଂକଟରେ। ଗ୍ରାମରେ ବସିଥିବା ଗୋଟିଏ ମାତ୍ର ବୋରିଂ ମେସିନ ୬ ଠାରୁ ୧୫ ନମ୍ବର ଓାର୍ଡବାସୀଙ୍କୁ ପାନୀୟ ଜଳ ଯୋଗାଣ କରିବାରେ ସକ୍ଷମ ହେଉନାହିଁ। ଗ୍ରାମରେ ଥିବା ନଳକୂଅ ଗୁଡିକ ଆଇରନଯୁକ୍ତ ଜଳ ଏବଂ କେତେକ ନଳକୂଅ ଅଚଳ ହୋଇଥିବାରୁ ଗ୍ରାମବାସୀଙ୍କ ପାନୀୟଜଳ ସଂକଟରେ ଥିଲେ ମଧ୍ୟ ପ୍ରଶାସନ ସମସ୍ୟା ସମାଧାନର ବାଟ ଖୋଜୁ ନାହିଁ। ଦୀର୍ଘ ଦିନ ଧରି ସମସ୍ୟା ଲାଗି ରହିଥିବାରୁ ଗ୍ରାମରେ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ବଢି ଶୁକ୍ରବାର ସକାଳେ ଶତାଧିକ ମହିଳା ରାସ୍ତା ଉପରେ ଖାଲି ଗରା ଥୋଇ ଆମକୁ ପାଣି ଦିଅ ନହେଲେ ରାସ୍ତାରୁ ଉଠିବୁ ନାହିଁ ନାରା ଦେଇଛନ୍ତି। ବାଙ୍କୀ-ବୈଦେଶ୍ୱର ରାସ୍ତାର ଭେଡା ରାମଚନ୍ଦ୍ରପୁର-କଳାପଥର ରାସ୍ତାରେ ବାଉଁଶ ବାନ୍ଧି ଶତାଧିକ ମହିଳା ରାସ୍ତା ଅବରୋଧ କରିବା ହେତୁ ଉଭୟ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି।

ଗ୍ରାମବାସୀଙ୍କ ସୂଚନାକ୍ରମରେ ଗତ ନଭେମ୍ବର ୨୪ ତାରିଖରେ ପାନୀୟଜଳ ସଂକଟର ସମାଧାନ କରିବା ପାଇଁ ଶତାଧିକ ଗ୍ରାମବାସୀଙ୍କ ସ୍ୱାକ୍ଷର ଥାଇ ବାଙ୍କୀ ଉପଜିଲ୍ଲାପାଳ,ମଣ୍ଡଳ ଉନ୍ନୟନ ଅଧିକାରୀ ଡମପଡା ଓ କନିଷ୍ଠ ଯନ୍ତ୍ରୀ ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗକୁ ଅନୁରୋଧପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ୨ ମାସ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ମହିଳା ମାନେ ରାସ୍ତାରୋକରେ ବସି ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ହଟିବେ ନାହିଁ ବୋଲି ଚେତାବନୀ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ସୁଦ୍ଧ ପାନୀୟଜଳ ପାଇଁ ବସୁଧା ଯୋଜନା କାର୍ଯ୍ୟକାରୀ ହେଉଛି। ସମସ୍ତଙ୍କୁ ପାନୀୟଜଳର ସୁବିଧା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଉଥିଲେ ବି ମହାନଦୀ କୂଳ ନିକଟବର୍ତ୍ତୀ ଥିବା ଭେଡା ରାମଚନ୍ଦ୍ରପୁର ଗ୍ରାମବାସୀ ଦୀର୍ଘ ବର୍ଷ ଧରି ଜଳ ସଂକଟରେ ଥିବା ନେଇ ପ୍ରଶାସନ ଅଣଦେଖାକୁ ଗ୍ରାମବାସୀ ନିନ୍ଦା କରିଛନ୍ତି। ପାନୀୟଜଳର ସମସ୍ୟା ଲାଗି ରହୁଥିବାରୁ ଲୋକମାନେ ଖୋଲାକୂଅ ଓ ଜଳାଶୟରୁ ପାଣି ସଂଗ୍ରହ କରି ପାନୀୟ ପାଇଁ ବ୍ୟବହାର କରୁଥିବାରୁ ରୋଗ ଆଶଙ୍କାରେ ଥିବା କହିଛନ୍ତି। ଏବେ ଠାରୁ ପାନୀୟ ସଂକଟ ପାଇଁ ସ୍ଥାୟୀ ବ୍ୟବସ୍ଥା କରାନଗଲେ ଖରାଦିନେ ଉତ୍କଟ ହେବ ବୋଲି ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଗ୍ରାମବାସୀଙ୍କ ଅଭିଯୋଗ ପାଇଛନ୍ତି। ଘଟଣାସ୍ଥଳକୁ ଯାଇ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବା ସୂଚନା ଦେଇଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories