www.samajalive.in
Monday, December 8, 2025
24.1 C
Bhubaneswar

ଗଞ୍ଜାମ ସଡ଼କ ଦୁର୍ଘଟଣାର ତଦନ୍ତ ହେବ-ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ ଛକରେ ଆଜି ଭୋରରୁ ସଂଘଟିତ ସଡ଼କ ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଭେଟିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଚିକିତ୍ସିତମାନଙ୍କ ଗହଣରେ ପହଞ୍ଚି ସେମାନଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ ଏବଂ ଡାକ୍ତରମାନଙ୍କ ସହିତ କଥା ହୋଇଥିଲେ । ସେ ଆହତମାନଙ୍କ ଆଶୁ ଅରୋଗ୍ୟ କାମନା କରିଥିଲେ ।

ଏପରି ଅଭାବନୀୟ ଘଟଣାରେ ୪ ଜଣ ମୃତ୍ୟୁ ବରଣ କରିଥିବାବେଳେ ୧୨ ଜଣ ଆହତ ହୋଇଥିବା କଥା ଦର୍ଶାଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି  ଯେ ପ୍ରତି ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୨ ଲକ୍ଷ ଓ
ଆହତମାନଙ୍କୁ ପ୍ରତ୍ୟେକ ଏକ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସଡ଼କ ଦୁର୍ଘଟଣାର
ବିଧିବଦ୍ଧ ତଦନ୍ତ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିବା ସହିତ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ
ସବୁମତେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

- Advertisement -

ଏହାପରେ ମନ୍ତ୍ରୀ ଶ୍ରୀ ଜେନା ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ଜିଲା ପ୍ରଶାସନ ଆହତମାନଙ୍କୁ ସଂପୂର୍ଣ୍ଣ ସହାୟତା
ଯୋଗାଇଦେବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀ ଶ୍ରୀ ଜେନାଙ୍କ ସହିତ ପରିବହନ କମିଶନର
ଅମିତାଭ ଠାକୁର, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଉପଜିଲାପାଳ, ପରିବହନ ଓ ପୁଲିସ
ବିଭାଗର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories