ଖରିଫ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ମୋହର
ନୂଆଦିଲ୍ଲୀ, ୪ା୭ (ପିଟିଆଇ): କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ୨୦୧୮-୧୯ କୃଷିବର୍ଷ ନିମନ୍ତେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି)ରେ କ୍ୱିଣ୍ଟାଲ ପ୍ରତି ୨୦୦ ଟଙ୍କା ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ ବୈଠକରେ ଖରିଫ୍ ଫସଲର ଏମ୍ଏସ୍ପି ବୃଦ୍ଧିକୁ ମଞ୍ଜୁରୀ ମିଳିଛି। ଧାନର ଏମ୍ଏସପିରେ ଦେଢଗୁଣାରୁ ଊର୍ଦ୍ଧ୍ବ ବୃଦ୍ଧି କରାଯାଇଛି। ଏହା ରେକର୍ଡ ବୃଦ୍ଧି ବୋଲି କୁହାଯାଉଛି। ଗତବର୍ଷ ଧାନ (ସାଧାରଣ କିସମ) କ୍ୱିଣ୍ଟାଲ ପିଛା ସର୍ବନିମ୍ନ ୧୫୫୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ କ୍ୟାବିନେଟ୍ର ସଦ୍ୟ ନିଷ୍ପତ୍ତି ପରେ ଏହାର ଏମ୍ଏସ୍ପି ୧୭୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଯେକୌଣସି ଗୋଟିଏ ବର୍ଷ ମଧ୍ୟରେ ଧାନର ଏମଏସ୍ପିରେ ସର୍ବାଧିକ ବୃଦ୍ଧି ଅଟେ। ସେହିଭଳି ‘ଗ୍ରେଡ୍-ଏ’ ଧାନର ଏମ୍ଏସ୍ପି ୧୮୦ ଟଙ୍କା ବୃଦ୍ଧି କରାଯାଇଛି। ଏହା କ୍ୱିଣ୍ଟାଲ ପିଛା ୧,୫୯୦ରୁ ବୃଦ୍ଧି ପାଇ ୧,୭୭୦ ଟଙ୍କାରେ ପହଞ୍ଚିଛି।
ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କୃଷକଙ୍କ ପାଇଁ ଏହା ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବୃହତ୍ ଉପହାର ବୋଲି କୁହାଯାଉଛି। ୨୦୧୪ ନିର୍ବାଚନରେ ବିଜେପିର ଏହା ଏକ ନିର୍ବାଚନୀ ପ୍ରତିଶ୍ରୁତି ରହିଥିଲା। ୨୦୧୮-୧୯ ସାଧାରଣ ବଜେଟରେ କୃଷକଙ୍କୁ ସେମାନଙ୍କ ଉତ୍ପାଦିତ ସମସ୍ତ ଖରିଫ ଫସଲର ପାଖାପାଖି ଦେଢ଼ଗୁଣା ସହାୟକ ମୂଲ୍ୟ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ନୀତି ଆଧାରରେ ବୁଧବାର ସିସିଇଏ ଏଭଳି ନିଷ୍ପତ୍ତି ନେଇଛି। ବୈଠକରେ ଧାନ ସମେତ ମୁଗ, ସୂର୍ଯ୍ୟମୁଖୀ ମଞ୍ଜି, କପା, ସୋରିଷ, କଳା ରାଶି, ସୋୟାବିନ, ଯଅ, ବାଦାମ ଏବଂ ମକା ଭଳି ବହୁ ଖରିଫ ଫସଲର ଏମ୍ଏସ୍ପିରେ ବୃଦ୍ଧି କରାଯାଇଛି। କ୍ୟାବିନେଟ୍ ନିଷ୍ପତ୍ତି ପରେ ମଧ୍ୟମ ଧରଣର କପା ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୪,୦୨୦ଟଙ୍କାରୁ ବୃଦ୍ଧି ପାଇ ୫,୧୫୦ ଟଙ୍କା ହୋଇଛି।
ସେହିଭଳି ଉତ୍ତମ ମାନଯୁକ୍ତ କପାର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୪,୩୨୦ ଟଙ୍କାରୁ ବଢାଇ ୫,୪୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ମୁଗର ଏମ୍ଏସ୍ପିରେ କ୍ୱିଣ୍ଟାଲ ପିଛା ୧୪୦୦ ଟଙ୍କା ବୃଦ୍ଧି ଘଟି ୬୯୭୫ ଟଙ୍କା ଏବଂ ହରଡ଼ ଏମ୍ଏସ୍ପିରେ ୨୦୦ ଟଙ୍କା ବୃଦ୍ଧି ଘଟି କ୍ୱିଣ୍ଟାଲ ପିଛା ୫୬୦୦ ଟଙ୍କାରେ ପହଞ୍ଚିଛି। ସେହିଭଳି କଳା ରାଶିର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୧୮୨୭ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜି ୧୨୮୮ ଟଙ୍କା ଏବଂ କପା ମୂଲ୍ୟରେ ୧୧୩୦ ଟଙ୍କା ବୃଦ୍ଧି ହୋଇଛି। ତେବେ ବାଜରା ଏମଏସପିରେ କ୍ୱିଣ୍ଟାଲ ପ୍ରତି ୫୨୫ ଟଙ୍କା , ଯଅ(ହାଇବ୍ରିଡ)ରେ ୭୩୦ ଟଙ୍କା ଏବଂ ସୋରିଷରେ ୯୯୭ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ମୁଗଡାଲି ଏମଏସପି କ୍ୱିଣ୍ଟାଲ ପିଛା ୬,୯୭୫, ବିିରି ୫,୬୦୦ ଟଙ୍କାକୁ ବୃଦ୍ଧି ଘଟିଛି।
ଚଳିତବର୍ଷ ସ୍ୱାଭାବିକ୍ ମୌସୁମୀ ବର୍ଷା ହେବାର ଅନୁମାନ କରାଯାଉଥିବା ବେଳେ ଖରିଫ ଫସଲର ଏମ୍ଏସ୍ପି ବୃଦ୍ଧି ଉତ୍ତମ ଫସଲ ଅମଳରେ ସହାୟକ ହେବ ବୋଲି କୁହାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ବୈଠକ ପରେ ସାମ୍ବାଦିକ ସମର୍ଥନ ଓ ସହଯୋଗ ଦେଉଛନ୍ତି ବୋଲି ସେ କହିଛନ୍ତି। ସୋନାଲିଙ୍କର ଏହି ଟୁଇଟ୍ ପରେ ପ୍ରଶଂସକ ଓ ବଲିଉଡ ଜଗତର ବହୁ ଲୋକ ତାଙ୍କ ଆରୋଗ୍ୟ କାମନା କରି ସୋସିଆଲ ମିଡିଆରେ ଟୁଇଟ୍ କରିଛନ୍ତି। ସହକର୍ମୀ ମନିଷ ମାଲହୋତ୍ରା ତାଙ୍କ ଇନଷ୍ଟାଗ୍ରାମ ପେଜରେ ସୋନାଲିଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ତାଙ୍କର ଆଉ ଜଣେ ବାନ୍ଧବୀ ନିଲମ ସୋନି କହିଛନ୍ତି, ସୋନାଲି ଜଣେ ସାହସି ମହିଳା। ନିଜ ଜୀବନର ସବୁଠୁ ବଡ ଯୁଦ୍ଧରେ ସେ ହାରିଯିବେ ନାହିଁ। ସୋନାଲି ହମ୍ ସାଥ୍ ସାଥ୍ ହେ, କଲ ହୋନା ହୋ ଭଳି ସୁପରହିଟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ବର୍ତ୍ତମାନ ସେ ଛୋଟ ପରଦାରେ “ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ” ସୋରେ ଜଜ୍ ଭାବେ କାମ କରୁଥିଲେ।