www.samajalive.in
Sunday, December 14, 2025
26.1 C
Bhubaneswar

ବିଡିଓଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା 

ଆଠଗଡ : ଆଠଗଡ ବ୍ଲକ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ ଏହାକୁ ତ୍ୱରାନ୍ୱିତ କରିବା ଉପରେ ବିଡିଓ ପ୍ରଦୀପ କୁମାର ସାହୁ ଗୁରୁତ୍ୱାରୋପ କରଛନ୍ତି । ବ୍ଲକ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ବିଡିଓ ଶ୍ରୀ ସାହୁ ଆଠଗଡ ବ୍ଲକର ୩୪ଗୋଟି ପଞ୍ଚାୟତରେ ମିଶନ ଅନ୍ତୋଦୟ ଯୋଜନାରେ ୩୪ଜଣ ମହିଳା ହିସାବ ରକ୍ଷକ ଠିକ୍‌‌ ଭାବରେ କାର୍ଯ୍ୟ କରିଥିବାରୁ ତାଙ୍କୁ ବିଡିଓ ପ୍ରଶଂସା କରିଥିଲେ। ଏଥି ସହିତ ସାମାଜିକ ଅର୍ଥନୈତିକ ପଛୁଆବର୍ଗ ସର୍ଭେ କାର୍ଯ୍ୟ ଆସନ୍ତା ମେ ୧ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ବିଭିନ୍ନ କେନ୍ଦ୍ର ଓ କର୍ମକର୍ତ୍ତା ଚିହ୍ନଟ ପ୍ରକ୍ରିୟାର ସମୀକ୍ଷା କରି ଏହି କାର୍ଯ୍ୟକୁ ନିଷ୍ଠାର ସହିତ ସଠିକ୍‌‌ ଭାବରେ କରିବା ଲାଗି ବିଡିଓ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ପୂର୍ବରୁ ବିଡିଓ ଶ୍ରୀ ସାହୁ ୫-ଟି ବିଭାଗ ଦ୍ୱାରା ରୂପାନ୍ତରଣ ଚାଲିଥିବା ଧବଳେଶ୍ୱର ହାଇସ୍କୁଲ, ବାଳିର ଶାନ୍ତିଦୂତ ଶାସ୍ତ୍ରୀଜୀ ବିଦ୍ୟାପୀଠ, ଛଅଗାଁର ଉତ୍କଳମଣି ବିଦ୍ୟାପୀଠ, ଗୁରୁଡିଝାଟିଆ ବାଳିକା ହାଇସ୍କୁଲ ଏବଂ କଣ୍ଡରେଇର ଶ୍ୟାମସୁନ୍ଦର ବିଦ୍ୟାପୀଠ ପରିଦର୍ଶନ କରି ଚାଲିଥିବା ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିବା ସହ କାର୍ଯ୍ୟ ଉନ୍ନତମାନର କରିବା ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବିଡିଓ ପରାମର୍ଶ ଦେଇଥିଲେ। ଏହାଛଡା କୁଶପଙ୍ଗି ପ୍ରାଥମିକ ବିଦ୍ୟାଳୟର ନୃତନ ଗୃହ ନିର୍ମାଣ ନିମନ୍ତେ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ଉପରେ ବିଡିଓ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories