ରେଭେନ୍ସା କଡରୁ ଉଠା ଦୋକାନୀ ଉଚ୍ଛେଦ ଆରମ୍ଭ
କଟକ: କଟକ ସହରରେ ଗତ ଅଳ୍ପ କିଛିଦିନ ହେବ କ୍ରମାଗତ ହେବ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସୋମବାର ସଂନ୍ଧ୍ୟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସାମ୍ନାରେ କଲେଜ ଛକ ପଟେ ଥିବା ଫାଷ୍ଟଫୁଡ ଉଠା ଦୋକାନୀମାନଙ୍କୁ କମିସନରେଟ ପୁଲିସ ପକ୍ଷରୁ ଉଚ୍ଛେଦ ଆରମ୍ଭ କରାଯାଇଛି। ମିଳିଥିବା ସୂଚନାରୁ ଜଣାପଡିଛି କ୍ରମାଗତ ଭାବେ ୩ ଟି ହତ୍ୟା ଏବଂ ବୋମା ମାଡ ପରେ ଅପରାଧୀକ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ପୁଲିସ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି। କଲେଜ ଛକ ନିକଟରେ ରେଭେନ୍ସା ପାର୍ଶରେ ଉଠା ଦୋକାନୀଙ୍କ ପାଖରେ ଛାତ୍ରଛାତ୍ରୀଙ୍କ ବ୍ୟତିତ ଅଣଛାତ୍ର ଏବଂ ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକମାନେ ଆଡ୍ଡା ଜମାଉଥିଲେ। ଫଳରେ ଆଗାମି ଦିନରେ ସଂପୃକ୍ତ ଅଞ୍ଚଳକୁ ଅପରାଧୀକ ମୁକ୍ତ କରିବା ପାଇଁ ପୁଲିସ ଏବଂ ଟ୍ରାଫିକ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି
Comments are closed.