ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦେଶକ ଭାବେ ଯାମିନୀ ଷଡ଼ଙ୍ଗୀଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ସଂଗ୍ରାମ ମହାପାତ୍ର ନିଯୁକ୍ତି ଦିଆଯାଇଛି। ଶ୍ରୀବେଦଭୂଷଣଙ୍କୁ ସମ୍ବଲପୁର ପୌର ନିଗମରେ କମିସନର ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ବୌଦ୍ଧର ଜିଲାପାଳ ଭାବେ ନୃସିଂହ ଚରଣ ସ୍ବାଇଁଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।
ଆଇଏଏସ ସ୍ତରରେ ଅଦଳବଦଳ, ଯାମିନୀ ଷଡ଼ଙ୍ଗୀ ହେଲେ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦେଶକ
Popular Categories



