www.samajalive.in
Monday, December 8, 2025
24.1 C
Bhubaneswar

ଏହି ୪ଜଣଙ୍କ ଅପମାନ କରିବା ଦ୍ବାରା ହୋଇଥାଏ ବିପତ୍ତିର ଆଗମନ

ସର୍ବଦା ମହିଳାମାନଙ୍କୁ ସମ୍ମାନ କରିବା ଉଚିତ ବୋଲି କୁହାଯାଇଛି। ଏହାକୁ ​‌ନେଇ କେବେ କୌଣସି ପାଠପଢା ଯାଇ ନଥାଏ। କିନ୍ତୁ ଆମ ସମାଜରେ ଥିବା ମହିଳାଙ୍କୁ ସମ୍ମାନ ଜଣାଇବା ଉଚିତ। ହିନ୍ଦୁ ଧର୍ମ ଗ୍ରନ୍ଥରେ ମହିଳାଙ୍କୁ ସମ୍ମାନ ଦେବା ସମ୍ବନ୍ଧରେ ଅନେକ କଥା ବର୍ଣ୍ଣନା କରାଯାଇଛି। ଯେକୌଣସି ସ୍ଥିତି ହେଉ ନା କାହିଁକି ସବୁବେଳେ ମହିଳାଙ୍କୁ ସମ୍ମାନ ଜଣାଇବା ଉଚିତ। ମହିଳାଙ୍କୁ ସମ୍ମାନ ନ ଜଣାଇବା ଦ୍ବାରା ଭବିଷ୍ୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି କୁହାଯାଇଛି। ମହିଳାଙ୍କ ଉପରେ ଖରାପ ଦୃଷ୍ଟି ପକାଇବା ଉଚିତ ନୁହେଁ। ଏପରି କରିବା ମହାପାପ ବୋଲି କୁହାଯାଇଛି। ଏହାଦ୍ବାରା ଭଗବାନଙ୍କ କୋପର ଶିକାର ହେବାକୁ ପଡିଥାଏ।

ଶାସ୍ତ୍ର ଅନୁଯାୟୀ, କେବେ ବି ନିଜ ଭାଇଙ୍କର ସ୍ତ୍ରୀଙ୍କୁ ଅସମ୍ମାନ କରିବା ଉଚିତ ନୁହେଁ। ଯଦି ଆପଣ ଭାଇଙ୍କ ସ୍ତ୍ରୀଙ୍କୁ ଅପମାନ କରନ୍ତି ତେବେ ଆପଣ ଜୀବନରେ କେବେ ଆର୍ଥିକ ଉନ୍ନତି କରିପାରିବେ ନାହିଁ।

- Advertisement -

ଏହାସହ ନିଜ ପୁଅର ସ୍ତ୍ରୀକୁ ଅସମ୍ମାନ କରନ୍ତୁ ନାହିଁ। ଯେକୌଣସି ପରିସ୍ଥିତି ହେଉ ନା କାହିଁକି ନିଜ ବୋହୂଙ୍କ ସମ୍ମାନ କରିବା ଉଚିତ। କାରଣ ସେ ଘରର ଲକ୍ଷ୍ମୀ ଅଟନ୍ତି। ତାଙ୍କର ଅସମ୍ମାନ କରିବା ଦ୍ବାରା ମା’ ଲକ୍ଷ୍ମୀଙ୍କ କୋପର ଶିକାର ହେବାକୁ ପଡିଥାଏ। ଯାହାଦ୍ବାରା ଟଙ୍କାପଇସାର ଅଭାବ ଆପଣଙ୍କ ଜୀବନରେ ଲାଗି ରୁହେ।

କେବେ ବି କୌଣସି ବ୍ୟକ୍ତି ନିଜ ଝିଅଙ୍କର ଅପମାନ ଓ ଅସମ୍ମାନ କରିବା ଉଚିତ ନୁହେଁ। କାରଣ ବିଭିନ୍ନ ସ୍ଥାନରେ ଝିଅମାନଙ୍କୁ ଘରର ଲକ୍ଷ୍ମୀ ସଦୃଶ ପୂଜା କରାଯାଏ। ପ୍ରତ୍ୟେକ ଖରାପ ଓ ଭଲ ସ୍ଥିତିରେ ବାପା ଓ ଭାଇ ସେମାନଙ୍କ ସହ ରହିବା ଉଚିତ। କେବେ ବି ସେମାନଙ୍କ ସହ ଖରାପ ବ୍ୟବହାର କରନ୍ତୁ ନାହିଁ।

ଶାସ୍ତ୍ର ଅନୁଯାୟୀ ଛୋଟ ଭଉଣୀକୁ ନିଜର ଝିଅ ଓ ବଡ ଭଉଣୀଙ୍କୁ ନିଜ ମାତାଙ୍କ ସହ ସମାନ କରାଯାଇଛି। ତେଣୁ କେବେ ବି ଭଉଣୀମାନଙ୍କୁ ଅପମାନ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଜୀବନରେ ଅନେକ ଦୁଃଖକଷ୍ଟର ସମ୍ମୁଖୀନ ହେବାକୁ ପଡିପାରେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories