www.samajalive.in
Monday, December 8, 2025
13.1 C
Bhubaneswar

ବିଜେପିରେ ସାମିଲ ହେଲେ ଜୟପ୍ରଦା

ନୂଆଦିଲ୍ଲୀ . – ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ଜୟପ୍ରଦା ବିଜେପିରେ ସାମିଲ  ହୋଇଛନ୍ତି ।  ବିଜେପି କାର୍ଯ୍ୟାଳୟରେ ସେ ଦଳରେଯୋଗ ଦେଇଛନ୍ତି ।  ଏହାପରେ ସେ ବିଜେପି ପାଇଁ କାମ କରିବେ ବୋଲି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।

ରାମପୁରରୁ ସେ ଅଜମ ଖାନ୍‌ଙ୍କ ବିରୁଦ୍ଧରେ  ବିଜେପିର ଲୋକ ସଭା ପାଇଁ ପ୍ରାର୍ଥୀ ହୋଇ ପାରନ୍ତି । ପୂର୍ବରୁ ଜୟପ୍ରଦା  ସମାଜବାଦୀ ପାର୍ଟିର ସଦସ୍ୟା ଥିଲେ।  ସମାଜବାଦୀ ପାର୍ଟିର ଟିକେଟରେ ସେ ବିଜୟୀ ହୋଇ ଲୋକସଭାର ସାସଂଦ ହୋଇଥିଲେ ।

- Advertisement -

୨୦୧୦ରେ  ତାଙ୍କୁ ଦଳ ବିରୋଧି କାର୍ଯ୍ୟ ଯୋଗୁଁ ସମାଜବାଦୀ ପାର୍ଟିରୁ ନିଲମ୍ବିତ କରାଯାଇଥିଲା । ଏହାପରେ ସେ ପୂର୍ବତନ ସମାଜବାଦୀ ନେତା ଅମର ସିଂଙ୍କ ରାଷ୍ଟ୍ରୀୟ ଲୋକମଞ୍ଚ ପାର୍ଟିରେ ସାମିଲ ହୋଇଥିଲେ । ମାତ୍ର ଏହି ଦଳ ବିଧାନସଭା ନିର୍ବାଚନରେ କୌଣସି ଆସନରୁ ବିଜୟ ଲାଭ କରି ପାରି ନଥିଲା । ଜୟପ୍ରଦା ଅମରସିଂଙ୍କୁ ନିଜର ରାଜନୈତିକ ଗୁରୁ ବୋଲି ମାନନ୍ତି । ଏବେ ଅମର ସିଂ ବିଜେପିର ନିକଟତର ହୋଇଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ସେ ନିଜ ନାମ ବଦଳାଇ ଚୌକିଦାର ଶବ୍ଦ ଯୋଡିଛନ୍ତି।  ଏବେ ଜୟପ୍ରଦା ବିଜେପିରେ ସାମିଲ ହେବା ପରେ ରାମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories