www.samajalive.in
Sunday, December 14, 2025
19.1 C
Bhubaneswar

ଲଗାତର ୯ମ ଥର ପାଇଁ ସୁଧ ହାର ଅପରିବର୍ତ୍ତିତ ରଖିଲା ଆରବିଆଇ

ସମାଜ ଡିଜିଟାଲ ଡେସ୍କ: ଲଗାତର ୯ମ ଥର ଲାଗି ରେପୋରେଟ୍‌ ଅର୍ଥାତ ସୁଧ ହାରକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ୩ ଦିନ ଧରି ଚାଲିଥିବା ମୁଦ୍ରା ନୀତି କମିଟି(ଏମପିସି) ବୈଠକରେ ରେପୋରେଟ୍‌କୁ ପୂର୍ବପରି ୬.୫% ରଖିବାକୁ ଆରବିଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏମପିସିରେ ଅଗଷ୍ଟ ୬, ୭ ଏବଂ ୮ ତାରିଖରେ ହୋଇଥିବା ବୈଠକରେ ୪ ଅନୁପାତ ୨ ବହୁମତ ଆଧାରରେ ନୀତିଗତ ସୁଧ ହାର ଅର୍ଥାତ ରେପୋରେଟକୁ ୬.୫%ରେ ଅପରିବର୍ତ୍ତିତ ରଖାଯିବାକୁ ନିଷ୍ପତ୍ତି ହୋଇଛି। ୨୦୨୩ ଫେବୃୟାରୀରୁ ରେପୋରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଫଳରେ ବର୍ତ୍ତମାନ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଥିବା ସାଧାରଣ ଜନତାଙ୍କ ଇଏମଆଇ ଉପରେ କୌଣସି ପ୍ରକାର ଅଶ୍ଵସ୍ତି ମିଳିବ ନାହିଁ।

ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ବିଶ୍ଵସ୍ତରରେ ଅସ୍ଥିରତା ଦେଖିବାକୁ ମିଳିଛି। ମାତ୍ର ମୁଦ୍ରାସ୍ଫୀତିରେ ହ୍ରାସ ଘଟୁଛି। କେନ୍ଦ୍ରୀୟ ବ୍ୟାଙ୍କର ଅର୍ଥ ବ୍ୟବସ୍ଥା ସ୍ଥିତି ଆଧାରରେ ସୁଧ ହାର ଉପରେ ନିଷ୍ପତ୍ତି ନିଆଯାଉଛି। ଘରୋଇ ଅର୍ଥବ୍ୟବସ୍ଥାରେ ଦୃଢ଼ତା ବଜାୟ ରହିଛି। ସେବା ଏବଂ ନିର୍ମାଣ କ୍ଷେତ୍ରଗୁଡ଼ିକର ପ୍ରଦର୍ଶନ ବହୁତ ଭଲ ରହିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୨% ରହିବ ବୋଲି ଆକଳନ କରାଯାଉଛି।

- Advertisement -

ସୂଚନାଯୋଗ୍ୟ, ଗତ ଜୁନରେ ମୁଦ୍ରା ନୀତି ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ବି କମିଟିର ୬ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ରେପୋରେଟ ଅପରିବର୍ତ୍ତିତ(୬.୫%) ରଖିବାକୁ ମତ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories