ଭାରତରେ ରେନୋ ଟ୍ରାଇବରର ଗ୍ଲୋବାଲ୍ ଶୁଭାରମ୍ଭ
ନୂଆଦିଲ୍ଲୀ : ରେନୋ, ଭାରତରେ ନଂ ୧ ୟୁରୋପିଆନ୍ ବ୍ରାଣ୍ଡ୍, ଏହାର ନୂଆ ଗ୍ଲୋବାଲ୍ ଉତ୍ପାଦ ରେନୋ ଟ୍ରାଇବରକୁ ଆଜି ଭାରତରେ ଶୁଭାରମ୍ଭ କରିଛି। ରେନୋ ଟ୍ରାଇବର ହେଉଛି ଭାରତ ଓ ଫ୍ରାନ୍ସରର ରେନୋ ଟିମ୍ ମିଳିତ ଭାବରେ ଭାରତୀୟ ମାର୍କେଟ୍ ପାଇଁ ଏହାକୁ ସ୍ବତନ୍ତ୍ର ଭାବରେ ଡିଜାଇନ୍ କରିଛନ୍ତି।
‘‘ଗ୍ରୁପ୍ ରେନୋର ଏକ ପ୍ରମୁଖ ମାର୍କେଟ୍ ହେଉଛି ଭାରତ। ଆମେ ଏବେ ମଧ୍ୟ ଭାରତରେ ଅଳ୍ପ ଦିନ ଧରି ରହିଛୁ ଓ ଆମର ‘ଡ୍ରାଇଭ୍ ଦି ଫ୍ୟୁଚର’ ଷ୍ଟ୍ରାଟେଜିକ୍ ପ୍ଲାନ ସହିତ ଉଚ୍ଚ ଅଭିଳାଷ ରଖିଛୁ। ଆମେ ଏହାର ବିକ୍ରୟକୁ ୨୦୨୨ ସୁଦ୍ଧା ୨ ଗୁଣା କରିବାର ଲକ୍ଷ୍ୟ ରଖିଛୁ। ଏଥିପାଇଁ ଆମେ ଆଣିଛୁ ରେନୋ ଟ୍ରାଇବର, ଆଉ ଏକ ନୂଆ କନ୍ସେପ୍ଟ ଯାହାକି ଭାରତୀୟ ବଜାର ପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି। ସାରା ବିଶ୍ବକୁ ନେବା ପୂର୍ବରୁ ରେନୋ ଟ୍ରାଇବରକୁ ଭାରତରେ ପ୍ରଥମେ ପରିକଳ୍ପନା, ବିକାଶ ଓ ଉତ୍ପାଦନ କରାଯାଇଛି। ଏହା ନିଶ୍ଚିତ ଭାବେ ଏକ ଗେମ୍ ଚେଞ୍ଜର ହେବ’’ ବୋଲି କହିଛନ୍ତି ଥିରି ବୋଲୋରେ, ଗ୍ରୁପ୍ ରେନୋର ସିଇଓ, ରେନୋ ଟ୍ରାଇବରର ଶୁଭାରମ୍ଭ ଅବସରରେ।
ରେନୋ ଟ୍ରାଇବରର ଡିଜାଇନ୍ ଓ ନବୀନତା ବିଷୟରେ ସୂଚନା ଦେଇ ଲରେନ୍ସ ଭାନ୍ ଡେନ୍ ଆକର, ଏକ୍ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ, କର୍ପୋରେଟ୍ ଡିଜାଇନ୍, ଗ୍ରୁପ୍ ରେନୋ କହିଛନ୍ତି ଯେ ‘‘ଆମର ଲକ୍ଷ୍ୟ ହେଉଛି ଏପରି ଏକ କାର ଡିଜାଇନ୍ କରିବା ଯାହାକି ଗ୍ରାହକମାନଙ୍କର ବିଭିନ୍ନ ପ୍ରକାର ଆବଶ୍ୟକତା ଅନୁସାରେ ପରିବର୍ତ୍ତନ କରାଯାଇପାରୁଥିବ।
ରେନୋ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ରେନୋ ଏସ୍.ଏ.ଏସ୍. ଫ୍ରାନ୍ସର ଏକ ସବସିଡିଆରି ଅଟେ। ରେନୋ ଇଣ୍ଡିଆ କାର ଏହାର ନିର୍ମାଣ କେନ୍ଦ୍ର ଓରାଗାଡାମ୍ ଠାରେ ନିର୍ମାଣ କରାଯାଇଛି। ଏହାର ବାର୍ଷିକ କ୍ଷମତା ହେଉଛି ୪୮୦,୦୦୦ ୟୁନିଟ୍। ବର୍ତ୍ତମାନ ରେନୋ ଇଣ୍ଡିଆ ସାରା ଭାରତରେ ୩୫୦ ଟି ସେଲ୍ସ ଓ ୨୬୪ ଟି ସର୍ଭିସ୍ କେନ୍ଦ୍ର ରହିଛି।
Comments are closed.