www.samajalive.in
Monday, December 8, 2025
13.1 C
Bhubaneswar

ସର୍ଭିସ୍ ରାସ୍ତା ଉପରେ ଟ୍ରକ ଗ୍ୟାରେଜ

ରେଙ୍ଗାଲି କେମ୍ପ : ବରଗଡ ଜିଲ୍ଲା ଅତାବିରା ବ୍ଲକ ୨୪ଟି ପଞ୍ଚାୟତ ଓ ୧୨ଟି ୱାର୍ଡ ବିଶିଷ୍ଟ ଏନ୍ଏସିକୁ ଦୀର୍ଘ ୮ବର୍ଷ ହେବ ଗଠିତ ହୋଇସାରିଛି। ବ୍ୟସ୍ତ ବହୁଳ ଅତାବିରା ଏନ୍ ଏସି ମଧ୍ୟ ଦେଇ ୫୩ନଂ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ଜାତୀୟ ରାଜପଥ ଭେଦ କରି ଯାଇଥିବାବେଳେ ଦିନରାତି ଏନ୍ଏସି ଅଞ୍ଚଳ ଦେଇ ଛୋଟ ମୋଟ ଗାଡି ମଟର ଠାରୁ ଆରମ୍ଭ କରି ବଡ ବଡ ଭାରୀ ଯାନବାହାନ ଗୁଡ଼ିକ ଯିବା ଆସିବା କରି ରେଙ୍ଗାଲି କେମ୍ପ ରୁ ଆନ୍ଧ୍ର କଲ୍ୟାଣ ମଣ୍ଡପ ପର୍ୟ୍ୟନ୍ତ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇପଡୁଛି। ସେହିପରି ଏନ୍ ଏସି ର କିଛି ଅସାଧୁ ଅଧିକାରୀ ଓ କର୍ମଚାରୀମାନଙ୍କ ଭଡ଼ା ଅସୁଲି ତଥା ସ୍ବାର୍ଥ ଲାଳସା ଯୋଗୁଁ ଅସମ୍ପୂର୍ଣ୍ଣ ସର୍ଭିସ୍ ରୋଡ଼ ରେ ପାର୍କିଂ ବ୍ୟବସ୍ଥା ନ କରି ଏଣେ ତେଣେ ଗାଡି ମଟର ରଖିଦେଉଥିବା, ରାସ୍ତା ଉପରେ ବାଲି, ଗୋଡି,ମାଟି ପକାଇବା ସହ ବଡ ବଡ ଗାଡ଼ି ଗୁଡ଼ିକର ଗ୍ୟାରେଜ ମାନ ଖୋଲି ରାସ୍ତାକୁ ଅକ୍ତିଆର କରି ନେଉଛନ୍ତି।
ସେମାନଙ୍କୁ ପଚାରିଲେ କହୁଛନ୍ତି ,ସେମାନେ ଭଡା ଦେଉଛନ୍ତି , ମାସକୁ ୩ଶହ ତ ଆଉ କିଏ ୫/୬ ଶହ ଟଙ୍କା । ବାରମ୍ବାର ଲୋକଙ୍କ ଅଭିଯୋଗ ସତ୍ବେ ଏନ୍ ଏସି ଭଡ଼ା ଅସୁଲ କରିବାରେ ମସଗୁଲ ରହୁଛି। ଯଦ୍ୱାରା ବରିଷ୍ଠ ନାଗରିକ ତଥା ସ୍କୁଲ କଲେଜ୍ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ମୁଖ୍ୟ ରାଜରାସ୍ତାରେ ଯାତାୟାତ କରୁଛନ୍ତି ଫଳରେ ଛୋଟ ମୋଟ ଦୁର୍ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ହାନି ହେଉଥିବାର ନଜର ରହିଛି।
ସେହିପରି ଏକ ଘଟଣା ସାମ୍ନାକୁ ଆସିଛି ଲଦେର ପାଲି ଛକ ନିକଟ ସମ୍ବଲପୁର- ବରଗଡ଼ ୱେ ରାଜରାସ୍ତା ସର୍ଭିସ୍ ରୋଡ଼ ଉପରେ । ନୀତି ଦିନିଆଁ ଭାବେ ଟ୍ରକ୍ ଗ୍ୟାରେଜ ଖୋଲି ବଡ ବଡ ଟ୍ରକ୍ ମାନ ରଖି ଦେଉଥିବା ଯୋଗୁଁ ପଥଚାରୀ ମାନେ ଯାତାୟାତ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାସହ ଟ୍ରାଫିକ ସମସ୍ୟା ଲାଗି ରହି ଆଜି ଲାଦେର ପାଲି ଅରବିନ୍ଦ ସ୍କୁଲକୁ ଛାତ୍ରଛାତ୍ରୀମାନେ ଯିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏନେଇ ଶିକ୍ଷକ ତଥା ସ୍କୁଲ ଛାତ୍ରଛାତ୍ରୀ ମାନେ ପଥଚାରୀଙ୍କ ରାସ୍ତା ଉପରୁ ଗ୍ୟାରେଜ ହଟାଇ ଗାଡ଼ି ମଟର ରଖିବାକୁ ମନା କରିବା ସହ ଏନ୍ ଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ ଜୟକୃଷ୍ଣ ପାତ୍ରଙ୍କୁ ରାଜରାସ୍ତା ଉପରେ ଦୁର୍ଘଟଣାକୁ ଅନାଇ ରହିଥିବା ପାଚେରୀ ଓ ଜବର ଦଖଲକାରୀ ଙ୍କ କବ୍ ଜା ରୁ ସର୍ଭିସ୍ ରୋଡ୍ କୁ ମୁକ୍ତ କରି ପଥଚାରୀ ଓ ଛାତ୍ରଛାତ୍ରୀ ତଥା କାଲିର ଭବିଷ୍ୟତକୁ ଅନ୍ଧାରକୁ ଠେଲି ନଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ଜଣାଇଛନ୍ତି। ନଚେତ୍ ଆଗାମୀ ଦିନରେ ଯଦି କୌଣସି ଅପ୍ରୀତିକର ଘଟଣା ଘଟେ ତେବେ ଏଥିପାଇଁ ଏନ୍ ଏସି ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଏନ୍ ଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ର ବାବୁ ଅତି ଶୀଘ୍ର ନୋଟିସ୍ କରି ରାସ୍ତା ଉପରୁ ଜବର ଦଖଲ ହଟାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories