ରେଙ୍ଗାଲିକ୍ୟାମ୍ପ: ଅତାବିରା ବସ୍ ଷ୍ଟାଣ୍ଡ ଛକରୁ ଝିଲିମିଣ୍ଡା ଆର୍ଡି ରାସ୍ତାର ବୁଗବୁଗା ପଞ୍ଚାୟତ ବୁଗବୁଗା-ଖିରାପାଲି ମଝିରେ ରହିଛି କେଉଁଟି ନାଲା ପୋଲ। ଏହି ପୋଲ ମଝିରେ ଦୀର୍ଘ ଦିନ ହେବ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇ ବିପଦକୁ ଆମନ୍ତ୍ରଣ କରୁଛି। ଅଞ୍ଚଳଟି କୃଷି ବହୁଳ ଅଞ୍ଚଳ ଭାବେ ବେଶ୍ ପରିଚିତ ଥିବାବେଳେ ଏହି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟ ବଡ ଗାଡ଼ି ମଟର ସହ ଲୋକ ତଥା ସ୍କୁଲ କଲେଜ ପିଲା ଯାତାୟତ କରି ସୁରକ୍ଷିତ ମଣୁ ନାହାନ୍ତି। ପୋଲଟି ରାସ୍ତାରୁ ପାଖା ପାଖି ୮/୧୦ଫୁଟ ଖାଲୁଆ ହୋଇଥିବାବେଳେ ସାମାନ୍ୟ ବର୍ଷା ହେଲେ ପୋଲ ଉପରୁ ପାଣି ପ୍ରବାହିତ ହେବା ସହ ବର୍ଷା ଦିନେ ଯିବାଆସିବା ଠପ୍ ହୋଇପଡେ। ଏଥିପ୍ରତି ତୁରନ୍ତ ବିଭାଗୀୟ ଉଚ୍ଚ ଅଧିକାରୀ ତଥା ବରଗଡ ଜିଲାପାଳ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
Popular Categories



