www.samajalive.in
Saturday, December 13, 2025
26.1 C
Bhubaneswar

ବଢୁଛି ଚାଷୀ ଅସନ୍ତୋଷ, ଜୟ କିସାନ୍ ଆନ୍ଦୋଳନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ‘ଜୟ କିସାନ ଆନ୍ଦୋଳନ’ ଅତାବିରା ବ୍ଲକ ଶାଖା ପକ୍ଷରୁ ବ୍ଲକ ସମ୍ପାଦକ ଜିତୁ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଚାଷୀଙ୍କ ହକ ପାଇଁ ସ୍ୱର ଉତ୍ତୋଳନ କରାଯାଇଥିଲା। ଏହାସହ ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ କୁବେର ମାଝୀଙ୍କ (ତହସିଲଦାରଙ୍କ ଅନୁପସ୍ଥିତରେ) ଜରିଆରେ ମୁଖ୍ୟ ନ୍ତ୍ରୀଙ୍କ ନିକଟକୁ ପାଞ୍ଚ ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଅତାବିରା ଆରଏମସି ମାର୍କେଟରୁ ପ୍ରଥମେ ଏକ ଶୋଭାଯାତ୍ରା ବାହାରି ବସଷ୍ଟାଣ୍ଡ ଛକ ଦେଇ ତହସିଲ କାର୍ଯ୍ୟଳୟରେ ପହଞ୍ଚିବା ପରେ ଶ୍ରୀ ବେହେରାଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଷ୍ଟ୍ରୀୟ ଜୟକିସାନ ଆନ୍ଦୋଳନର ନେତା ଲିଙ୍ଗରାଜ, ଜିଲା ସଭାପତି ସୁଶିଲ ସାହୁ, ଜିଲା ସମ୍ପାଦକ ହର ବଣିଆ , ବ୍ଲକ ସଭାପତି ରଞ୍ଜନ ବାରିକ୍ ପ୍ରମୁଖଙ୍କ ସହ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ ।

- Advertisement -

କୃଷି କ୍ଷେତ୍ର ରେ ବ୍ୟବହୃତ ବିଜୁଳି ବିଲ ସମ୍ପୂର୍ଣ୍ଣ ଛାଡ,ଘରୋଇ ବିଜୁଳି ବିଲ ୩୦୦ ୟୁନିଟ ପର୍ୟ୍ୟନ୍ତ ବିଲ ଛାଡ, ଧାନର ସର୍ବ ନିମ୍ନ ସହାୟକ ଦର ଉପରେ ରକ୍ଷଜ୍ୟ ସରକାର ଅନ୍ୟୁନ୧୦୦୦ ଟଙ୍କା ବୋନସ ପ୍ରଦାନ, ଏମଏସପିକୁ ଆଇନର ମାନ୍ୟତା ପ୍ରଦାନ ତଥା କୃଷି ଋଣ ସମ୍ପୂର୍ଣ ଛାଡ କରିବା ଆଦି ୫ ଦଫା ଦାବି ଉଲ୍ଲେଖ ରହିଥିଲା ଦାବିପତ୍ରରେ।

ରାଜ୍ୟ ସରକାର କୃଷକ ମାନଙ୍କୁ ବୋନସ ଦେବା ତା ଦୂର ର କଥା ମଣ୍ଡି ବ୍ୟବସ୍ଥାକୁ ମଧ୍ୟ ଠିକ୍ କରିପାରୁ ନାହାନ୍ତି। ତେଣୁ ଆଜି ସଂକଳ୍ପ ନେଇଛନ୍ତି ଚାଷୀ ମାନେ ନିଜର ହକ ପାଇଁ ସରକାରଙ୍କ ବିରୁଦ୍ଧରେ ଶାଣିତ ସ୍ୱର ଉତ୍ତୋଳନ କରିବେ। ଦାବି ହାସଲ ନ ହେଲେ ଆସନ୍ତା ସାଧାରଣ ନିର୍ବାଚନ ପ୍ରକ୍ରିୟାରେ ସେମାନେ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ଉପରେ ଚାପ ସୃଷ୍ଟି କରିବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories