ହାତୀ ଆକ୍ରମଣରେ ୨ ମୃତ

ରେଙ୍ଗାଲିକ୍ୟାମ୍ପ: ହାତୀ ଆକ୍ରମଣରେ ରବିବାର ଦୁଇ ପୃଥକ୍ ପୃଥକ୍ ସ୍ଥାନରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଝରାପାଲି ପଞ୍ଚାୟତ ଅନ୍ତର୍ଗତ ଝରନିଆ ଟିକ୍ରା ନିକଟରେ ଥିବା ପଥର ଖୁଦାନଠାରେ ଜଣେ ଶ୍ରମିକ ଓ ବିଶି ପାଲିରେ ଜଣେ ଚାଷୀଙ୍କୁ ଗୋଟିଏ ଦନ୍ତାହାତୀ ଆକ୍ରମଣ କରି କଚାଡି ଦେବା ଫଳରେ ଉଭୟଙ୍କର ମୃତ୍ୟୁ ଘଟିଛି ।

prayash

ଘଟଣା ସୂତ୍ରରୁ ଜଣାପଡ଼ିଛି ଯେ, ବରଗଡ଼ ଜିଲ୍ଲା କଠଉମାଳରୁ ୨୧ ଜଣ ଶ୍ରମିକ ଝୁରନିଆ ଟିକ୍ରା ନିକଟରେ ପପଙ୍ଗା କେନାଲରୁ ବାହାରିଥିବା ଡିଷ୍ଟ୍ରିବ୍ୟୁଟ କେନାଲର ସୋର୍ଣ୍ଣା ଶାଖା କେନାଲ କାମ ପାଇଁ ଆସିଥିଲେ । ସେମାନଙ୍କ ମଧ୍ୟରେ ସିବଲାଳ ସୁନା ଓ ତାଙ୍କ ଦୁଇ ପୁଅ ମଧ୍ୟ ଆସିଥିଲେ । ରବିବାର ସକାଳେ ସିବଲାଲ ସୁନା(୫୦) ନିକଟରେ ଥିବା ପଥର ଖୁଦାନକୁ ନିତ୍ୟକର୍ମ ପାଇଁ ଯାଇଥିବା ବେଳେ ଅଚାନକ ଭାବରେ ଏକ ହାତୀ ଦଉଡ଼ି ଆସି ତାଙ୍କୁ ଦଳା ଚକଟା କରି ଦେଇଥିଲା । ଏହା ଦେଖି ଅନ୍ୟ ଶ୍ରମିକମାନେ ହାତୀକୁ ଘଉଡାଇ ଥିଲେ, କିନ୍ତୁ ଘଟଣା ସ୍ଥଳରେ ଶିବଲାଲଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଅତାବିରା ଓ ଭେଡେନ ପୁଲିସ ତଥା ବନ ବିଭାଗ କର୍ମଚାରୀ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଏହି ହାତୀ ପୁଣି ବିଶି ପାଲିର ଜଣେ ଚାଷୀ ବଳରାମ ସାହୁ(୨୨) ତାଙ୍କ ବିଲରେ ଧାନ କାଟୁଥିବା ସମୟରେ ହଠାତ୍ ପହଞ୍ଚି ତାଙ୍କୁ ପାଦରେ ଦଳିଦେଇଥିଲା । ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ତେଣୁ ଅଞ୍ଚଳରେ ହାତୀ ଆକ୍ରମଣକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକେ ବିଲକୁ ଧାନ କାଟିବା ବା ଅନ୍ୟ କୌଣସି କାମରେ ଯିବାକୁ ଭୟ କରୁଛନ୍ତି । ତେବେ ୭ଟି ହାତୀ ଅତାବିରା କୁଳୁଣ୍ଡା ଆଡ଼କୁ ମୁହାଁଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏହି ଖବର ଶୁଣି କୁଲୁନ୍ଦା ଗ୍ରାମବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି ।

Comments are closed.