www.samajalive.in
Saturday, December 6, 2025
26.1 C
Bhubaneswar

ଦୁଇ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ରେଙ୍ଗାଲିକ୍ୟାମ୍ପ: ଅତାବିରାରେ ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ଯୋଗୁଁ ପୁଣି ଏକ ମୁଣ୍ଡ ଗଡିଲା। ଅତାବିରା ଥାନା ଅନ୍ତର୍ଗତ ଆନ୍ଦ୍ର କଲ୍ୟାଣ ମଣ୍ଡପ ସମ୍ମୁଖରେ ବେନିୟମ ଡାଇଭର୍ସନ ଯୋଗୁଁ ବାଇକରେ ସମ୍ବଲପୁର ପଟକୁ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପଛ ପଟୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚମ୍ପଟ ମାରିବାରୁ ବାଇକ୍ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ୱର ଭୋଇପାଲିର ଡି ଲକ୍ଷ୍ମୀ ନାରାୟଣ(୫୨) ବୋଲି ଜଣାପଡିଛି। ତେବେ ଏହି ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଲୁହୁରାଚଟି-ସମ୍ବଲପୁର ଚାରି ଥାକିଆ ଜାତୀୟ ରାଜପଥରେ ଦିନରାତି ହଜାର ହଜାର ଛୋଟରୁ ବଡ ଗାଡ଼ି ମୋଟର ସହ ଲୋକ ତଥା ସ୍କୁଲ କଲେଜ୍ ପିଲା ଯାତାୟାତ କରିଥାନ୍ତି । ଏହି ବ୍ୟସ୍ତ ବହୁଳ ରାଜପଥରେ ପ୍ରତ୍ୟେକ ଦିନ ଛୋଟ ମୋଟ ଘଟଣା ସହ ମର୍ମନ୍ତୁଦ ଦୁର୍ଘଟଣା ଘଟି କେତେ ପଙ୍ଗୁ ହୋଇ ପଡ଼ିରହିଛନ୍ତି ତ ଆଉ କେତେ ଜୀବନ ହାରି ସାରିଲେଣି। ଏନେଇ ଘଟଣାସ୍ଥଳରେ ଅତାବିରା ପୁଲିସ ପହଞ୍ଚି ଘଟଣାର ପ୍ରାରମ୍ଭିକ ତଦନ୍ତ ସହ ଅଧିକରୁ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

ଠିକ୍ ସେହିପରି ଅତାବିରା ସିନେମା ହଲ ସମ୍ମୁଖରେ ଥିବା ଏକ ଘରୋଇ ଚିକିତ୍ସାଳୟ ସମ୍ମୁଖରେ ବାଇକ୍ ଦୁର୍ଘଟଣା ଘଟିଛି। ରେମଣ୍ଡା ଗ୍ରାମର ରାଜେଶ ସାଥୁଆ(୩୨) ନିଜ ଶିଶୁ କନ୍ୟାକୁ ଚିକିତ୍ସା କରିବାକୁ ଅତାବିରା ଆସି ଫେରିବା ବାଟରେ ଏକ ଅଜଣା ବାଇକ୍ ଧକ୍କାରେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ହୋଇଥିବା ଯୁବକ ବାଇକରେ ନିଜ ପରିବାରଙ୍କ ସହ ଘରକୁ ଫେରିବା ସମୟରେ ସିନେମା ହଲ ଡାଇଭର୍ସନ ପାଖରେ ଦୁର୍ଘଟଣା ଘଟିବା ପରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଘଟଣା ଖବର ପାଇ ଅତାବିରା ଲାୟନ୍ସ କ୍ଲବର ସମ୍ପାଦକ ବିନୟ ଦାଶ ଓ ତାଙ୍କ ସାଥୀ ସୋମନାଥ ପଟ୍ଟନାୟକ ପହଞ୍ଚି ଗୁରୁତର ଯୁବକଙ୍କୁ ବୁର୍ଲା ଡାକ୍ତରଖାନା ନେଇଥିବା ଜଣାପଡିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories