www.samajalive.in
Saturday, December 6, 2025
26.1 C
Bhubaneswar

ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟାକାଣ୍ଡ ମାମଲା; ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟାକାଣ୍ଡ ମାମଲାରେ ଅଦାଲତ ବୁଧବାର ବଡ଼ ରାୟ ଶୁଣାଇଛନ୍ତି। ସାକେତ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମକୋକା(ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ) ଅଧୀନରେ ଦଣ୍ଡାଦେଶ ଦିଆଯିବ। ଉଭୟ ପକ୍ଷର ଯୁକ୍ତି ସମାପ୍ତ ହେବା ପରେ ଅତିରିକ୍ତ ସେସନ୍ସ ଜଜ୍‌ ରବିନ୍ଦ୍ର କୁମାର ପାଣ୍ଡେ ଅକ୍ଟୋବର ୧୩ରେ ମାମଲାର ରାୟ ସଂରକ୍ଷିତ ରଖିଥିଲେ।

ଜଜ୍‌ ରବିନ୍ଦ୍ର କୁମାର ପାଣ୍ଡେ ନିଜ ରାୟରେ କହିଛନ୍ତି ଯେ, ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା , ଅଜୟ କୁମାର ଏବଂ ବଲଜିତ ମଲିକ ବିଷ୍ଣୁନାଥନଙ୍କୁ ଲୁଟିବା ଉଦ୍ଦେଶ୍ୟରେ ହତ୍ୟା କରିଥିଲେ। ସେମାନଙ୍କୁ ଧାରା ୩୦୨ ଏବଂ ୩୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ସେମାନଙ୍କୁ ମକୋକା ଅଧୀନରେ ଦୋଷୀ ସାବ୍ୟସ୍ତ କରାଯାଇଛି।

- Advertisement -

ଅଦାଲତ ପଞ୍ଚମ ଅଭିଯୁକ୍ତ ଅଜୟ ସେଠୀକୁ ଆପତ୍ତିଜନକ ଗାଡ଼ି ନିଜ ପାଖରେ ରଖିଥିବା ଯୋଗୁ ଭାରତୀୟ ଦଣ୍ଡ ସଂହିତାର ଧାରା ୪୧୧ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ରାୟ ଶୁଣାଇଛନ୍ତି ଯେ, ସେ ଏହି ସଂଗଠନକୁ ସାହାଯ୍ୟ କରିଥିଲେ ଏବଂ ସଂଗଠିତ ଅପରାଧରୁ ଅର୍ଜନ କରିଥିବା ସମ୍ପତ୍ତି ମଧ୍ୟ ଅଧିକାର କରିଥିଲେ ଏବଂ ତାକୁ ମଧ୍ୟ ମକୋକା ଅଧୀନରେ ଦୋଷୀ ସାବ୍ୟସ୍ତ କରାଯାଇଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୦୦୮ରେ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ସାମ୍ବାଦିକାଙ୍କୁ ହତ୍ୟା କରାଯାଇଥିଲା। ବସନ୍ତ କୁଞ୍ଜର ନେଲସନ ମଣ୍ଡେଲା ମାର୍ଗରେ ତାଙ୍କୁ ତାଙ୍କ କାର୍‌ ଭିତରେ ଗୁଳି ମାରି ହତ୍ୟା କରାଯାଇଥିଲା। ବିଶ୍ୱନାଥନ୍ ଏକ ଘରୋଇ ଚ୍ୟାନେଲ ସହିତ କାମ କରୁଥିଲେ। କାମରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories