www.samajalive.in
Saturday, December 6, 2025
19.1 C
Bhubaneswar

ମହାସମାରୋହରେ ସମ୍ପନ୍ନ ହେଲା ଅଗ୍ରସେନ ଜୟନ୍ତୀ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଅଗ୍ରସେନ ଭବନ ସମିତି ପକ୍ଷରୁ ୩୮ତମ ଅଗ୍ରସେନ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ ଧୁମଧାମରେ ଜୟନ୍ତୀ ପାଳନ ହୋଇଛି। ଏଥିସହ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ତଥା ଖେଳ କୁଦ ମାଧ୍ୟମରେ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ପ୍ରତି ଭବିଷ୍ୟତ ଯୁବ ପୀଢ଼ିମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ତଥା ଶିଶୁ ଓ ଯୁବକ ଯୁବତୀମାନଙ୍କ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣ କରିବାର ମହତ ଉଦ୍ଦେଶ୍ୟକୁ ପ୍ରାଥମିକତା ଦେଇ ପ୍ରତିଯୋଗିତାରେ ଅତାବିରାର ସମସ୍ତ ମାରୱାଡ଼ି ପରିବାରର ଆବାଳ ବୃଦ୍ଧ ବନିତା ଅତି ଉତ୍କଣ୍ଠାର ସହ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାଗୁଡ଼ିକ ଭିତରେ ସାମାଜିକ ରୀତିନୀତି, ଆଧ୍ୟାତ୍ମିକ ଚିନ୍ତାଧାରା ଓ ନୈତିକ ମୂଲ୍ୟବୋଧ ଏବଂ ଏକତାର ଭାବଧାରା ଭରି ରହିଥିବା ସହ ତିନି ଦିନ ଧରି ଏକ ବର୍ଷରୁ ୟୁକେଜି ପର୍ଯ୍ୟନ୍ତ କୁନି କୁନି ପିଲାଙ୍କ ପାଇଁ ଫେନ୍ସୀ ଡ୍ରେସ, ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ଏକ ମିନିଟିଆ ଖେଳ, ଅବିବାହିତା ଝିଅ ଓ ପୁଅମାନଙ୍କ ପାଇଁ ପିଲୋ ପାସ୍, ଲୁଡୁ, ମା’ ଓ ପୁଅଙ୍କୁ ନେଇ ପ୍ରଶ୍ନୋତ୍ତରୀ, ବିବାହିତା ମହିଳାଙ୍କ ପାଇଁ ମ୍ୟୁଜିକାଲ ଚେୟାର, କମ୍ଭୋଲା, ଲୁଡୁ, ବିବାହିତ ପୁରୁଷମାନଙ୍କ ପାଇଁ କେରମ୍, ଚେସ, ବ୍ୟାଡମିଣ୍ଟନ, ନିଶାନା ଲଗାଓ, ବୃଦ୍ଧ ପୁରୁଷ ଓ ମହିଳାଙ୍କ ପାଇଁ ମୁଦ୍ରା ଗଣିବା ଆଦି ପ୍ରତିଯୋଗିତା କରାଯାଇ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୪୨ଜଣ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ନିରପେକ୍ଷ ଭାବରେ ବିଚାର କରିବା ପାଇଁ ବିଚାରକ ଭାବରେ ଅନୁସୂୟା ଦେବତା, ରଶ୍ମିରାଣୀ ନନ୍ଦ ଓ ଅଳକା ଦାଶ କୃତି ପ୍ରତିଯୋଗୀ ଚୟନ କରିଥିଲେ। ବିଚାରକମାନଙ୍କୁ ମାନପତ୍ର ସହ ଅଗ୍ରସେନ ଭବନ ସମିତି ପକ୍ଷରୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅଗ୍ରସେନ ଜୟନ୍ତୀ ଅବସରରେ ସୁସଜ୍ଜିତ ରଥରେ ଅଗ୍ରସେନ ମହାରାଜଙ୍କୁ ରଥାରୂଢ଼ କରାଇ ସୁଦୂର କଲିକତାରୁ ଆସୁଥିବା ଅଘୋରି ନୃତ୍ୟ ସହ ବିଭିନ୍ନ ନୃତ୍ୟ ସଙ୍ଗୀତର ତାଳେ ତାଳେ ଅତାବିରା ଦୁର୍ଗା ମନ୍ଦିରରୁ ବିରାଟ ଶୋଭାଯାତ୍ରା ବାହାରି ଅଗ୍ରସେନ ଭବନରେ ପହଞ୍ଚିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଉମେଶ ଅଗ୍ରୱାଲ ସଂଯୋଜନା କରିଥିବା ବେଳେ ଅର୍ପିତ ବାଙ୍କା, ପପୁ, ବୀଟୁ, ରିଙ୍କୁ, କୁନୁ, ଅନୁପ, ପବନ, ଅଶୋକ, ସୁରେଶ, ଲଲିତ, ମନୋଜ, ତଥା ଅତାବିରାର ସମସ୍ତ ମାରୱାଡ଼ି ସମାଜର ଭାଇ ଭଉଣୀମାନଙ୍କ ସକ୍ରିୟ ସହଯୋଗ ରହିଥିଲା।ଶେଷରେ ସମ୍ବଲପୁରୀ ଲୋକ ନୃତ୍ୟ ତଥା ବିଭିନ୍ନ ଆକର୍ଷିତ ନୃତ୍ୟ ଦେଖଣାହାରୀଙ୍କ ମନ ମୋହିଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories